ଗୁଳିମାଡ଼ ଖାଇ ମଧ୍ୟ ବାହା ହେବାକୁ ଆସିଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ଗୁଳିମାଡ଼ ଖାଇ ମଧ୍ୟ ବାହା ହେବାକୁ ଆସିଲେ ଯୁବକ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ମଦନଗିର ନିକଟରେ ଏକ ଆଶ୍ଚର୍ଯ୍ୟଚକିତ କରିବା ଭଳି ଘଟଣା ଘଟିଛି। ଜଣେ ୨୫ ବର୍ଷୀୟ ଯୁବକ ବାହା ହେବାକୁ ଯାଉଥିଲେ। ହେଲେ ତାଙ୍କୁ ଗୁଳିମାଡ଼ ହୋଇଥିଲା। ତଥାପି ଗୁଳିମାଡ଼ ଖାଇବା ସତ୍ତ୍ୱେ ସେ ବାହା ହେବାକୁ ଆସିଥିଲେ। ବାହାଘର ସରିବା ପରେ ସେ ପୁଣି ଥରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ କାନ୍ଧ ପାଖରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ୨୫ ବର୍ଷୀୟ ବାଦଲ ବରଯାତ୍ରୀଙ୍କୁ ଧରି ଘୋଡ଼ାଗାଡ଼ିରେ ବାହା ହେବାକୁ ବାହାରିଥିଲେ। ଖାନ୍‌ପୁରଠାରୁ ବାହାରିଥିବା ବରଯାତ୍ରୀ ଡିଜେର ତାଳେତାଳେ ନାଚୁଥିଲେ। କନ୍ୟାଘର ସେଠାରୁ ମାତ୍ର ୪୦୦ ମିଟର୍‌ ଦୂରରେ ଥିଲା। ବାଦଲ ଘୋଡ଼ାଗାଡ଼ିରେ ବସିଥିବା ବେଳେ ତାଙ୍କ ପରିବାରର ସଦସ୍ୟ ଏବଂ ସାଙ୍ଗମାନେ ନାଚିବାରେ ବ୍ୟସ୍ତ ଥିଲେ।

ଏହି ସମୟରେ ଦୁଇ ଜଣ ବ୍ୟକ୍ତି ହଠାତ୍‌ ଘୋଡ଼ା ଗାଡ଼ି ଉପରକୁ ଚଢ଼ିଯାଇ ବାଦଲଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଗୁଳି ବାଦଲଙ୍କ ଡାହାଣ ପଟ କାନ୍ଧରେ ବାଜିଥିଲା। ପରିବାର ଲୋକ ଏହା ଜାଣିବା ବେଳକୁ ଗୁଳି କରିଥିବା ବ୍ୟକ୍ତିମାନେ ସେଠାରୁ ଫେରାର ହୋଇଯାଇଥିଲେ। ତୁରନ୍ତ ବାଦଲଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଦୀର୍ଘ ୩ ଘଣ୍ଟା ଧରି ବାଦଲଙ୍କ ଚିକିତ୍ସା କରାଯାଇଥିଲା। ଏହାପରେ ସେ ପୁଣି ବାହା ହେବାକୁ ମଣ୍ଡପକୁ ଫେରିଥିଲେ। ବାହାଘରର ରୀତିନୀତି ପରେ ପୁଣିଥରେ ପୁଲିସ୍‌ ବାଦଲଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆକ୍ରମଣର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।



from Odisha Reporter https://ift.tt/2S4wDMq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages