
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସମସ୍ତେ ଚକୋଲେଟ୍ ଖାଇବାକୁ ପସନ୍ଦ କରିଥାନ୍ତି। ଚକୋଲେଟ୍ ଖାଇବା ପରେ ସମସ୍ତେଏକପ୍ରକାର ଭିନ୍ନ ଅନୁଭବ କରିଥାନ୍ତି। ଯଦି ଆପଣଙ୍କର ମଧ୍ୟ ଚକୋଲେଟ୍ ଖାଇବା ପସନ୍ଦ,ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। କାରଣ ଚକୋଲେଟ୍କୁ ନେଇ ଏକ ରୋଚକ ତଥ୍ୟ ଆସିଛି।ତାହା ହେଉଛି ଚକୋଲେଟ୍ରେ ଏଭଗ୍ରୀନ୍ ଶକ୍ତି ରହିଛି। ଅର୍ଥାତ ଚକୋଲେଟ୍ ଖାଇଲେ ଆପଣ ସର୍ବଦା ତାଜା ରହିବେ। ଆଉ ବୃଦ୍ଧାବସ୍ଥାରେ ଯୁବକଙ୍କ ଭଳି ଅନୁଭବ କରିବେ।
ଏକ ନୂତନ ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷଣାରେ କୁହାଯାଇଛି ଯେ, ଚକୋଲେଟ୍ ଖାଇବା, ଚାହା, କଫି ପିଇବା ଦ୍ୱାରା ଆପଣଙ୍କ ଆୟୁଷ ବଢ଼ିଥାଏ। ଗବେଷଣାର ତଥ୍ୟ ଅନୁସାରେ ଚକୋଲେଟ୍, କଫି ଓ ଚାହାରେ ଜିଙ୍କ୍ ସପ୍ଲିମେଣ୍ଟ୍ ରହିଛି, ଯାହା ଆପଣଙ୍କୁ ବୟସ୍କ ହେବାକୁ ଦେଇ ନଥାଏ। ଜର୍ମାନୀ ଗବେଷକଙ୍କ ମତରେ, ଏହି ସମସ୍ତ ଜିନିଷ ଖାଇବା ଦ୍ୱାରା ଇଣ୍ଟର୍ନାଲ୍ ଷ୍ଟ୍ରେସ୍ କମ୍ ହୋଇଥାଏ। ଏହାର କାରଣ ହେଉଛି, ଚକୋଲେଟ୍, ଚାହା, କଫି ଓ ୱାଇନ୍ରେ ପାଲିଫୋନେଲ୍ ନାମକ ଆଣ୍ଟି-ଅକ୍ସିଡାଣ୍ଟ୍ ରହିଛି। ଏହି ଆଣ୍ଟି-ଅକ୍ସିଡାଣ୍ଟ୍ ଶରୀରର କୋଷକୁ ନଷ୍ଟ ହେବାକୁ ଦେଇନଥାନ୍ତି।

ଚକୋଲେଟ୍ରେ ଥିବା ଜିଙ୍କ୍ ପାଲିଫୋନେଲ୍ ଆଣ୍ଟି-ଅକ୍ସିଡାଣ୍ଟ୍ କୁ ସକ୍ରିୟ କରିଥାଏ। ଏହା ଯୋଗୁ ଶରୀରରେ କୋଷମାନଙ୍କ ଦ୍ୱାରା ହେଉଥିବା ବିପଦରୁ ମୁକ୍ତି ମିଳିଥାଏ। ଶରୀରର କୋଷମାନଙ୍କର ଦ୍ୱାରା ହେଉଥିବା ଗ୍ୟାସ୍ ଅନେକ କ୍ଷତି ହୋଇଥାଏ। ଏହି ଗ୍ୟାସ୍ ଡିଏନ୍ଏକୁ ମଧ୍ୟ ନଷ୍ଟ କରିପାରେ। ଏହା ପ୍ରଭାବକୁ ଲୋକଙ୍କ ବୟସ ବଢ଼ିଥାଏ। ଏହା ସହିତ ଏହି ଗ୍ୟାସ୍ର ପ୍ରଭାବରେ ଶରୀରର କୌଣସି ଅଂଶରେ କ୍ୟାନସର୍ ଓ ଅଲ୍ଜାଇମର୍ ପରି ଘାତକ ରୋଗ ହେବାର ଆଶଙ୍କା ମଧ୍ୟ ଥାଏ। ଗବେଷକମାନେ ଏହା ମଧ୍ୟ କହିଛନ୍ତି ଯେ, ପାଲିଫୋନିକ୍ ଏକୁଟିଆ ଏହି ଗ୍ୟାସ୍କୁ ନଷ୍ଟ କରିବାରେ ସମର୍ଥ ନୁହେଁ। କିନ୍ତୁ ଯେତେବେଳେ ଏହି ଆଣ୍ଟି- ଅକ୍ସିଡାଣ୍ଟ୍ ଜିଙ୍କ୍ ସହିତ ମିଶିଥାଏ,ଏହା ଶରୀରରେ ଗ୍ୟାସ୍ରୁ ହେଉଥିବା କ୍ଷତି ହେବାକୁ ଦେଇନଥାଏ।

ଆଇରନ୍ ଓ କପର୍ ଯୁକ୍ତ ଜିନିଷ ଖାଇବା ଦ୍ୱାରା ଶରୀରରେ ଇଣ୍ଟର୍ନାଲ୍ ଷ୍ଟ୍ରେସ୍ ବଢ଼ିଥାଏ। କିନ୍ତୁ ଚକୋଲେଟ୍ରେ ଥିବା ଜିଙ୍କ୍ ଶରୀରର ବିଶେଷ କ୍ଷତି କରିନଥାଏ। ଗବେଷଣାରେ ଏହା ମଧ୍ୟ କୁହାଯାଇଛି ଯେ, ଅଧିକ ଆଇରନ୍ ଖାଇବା ଦ୍ୱାରା ଶରୀରରେ ଲିଭର୍ ସମସ୍ୟା, ଡାଇବେଟିସ୍, ହୃଦ୍ଘାତ ସମସ୍ୟା ଦେଖାଯାଇଥାଏ। ସେହିପରି କପର୍ ଜାତୀୟ ଜିନିଷ ଅଧିକ ଖାଇବା ଦ୍ୱାରା ଜ୍ୱର, ରକ୍ତ ଅଭାବ ଏବଂ ଲୋ ବ୍ଲଡ୍ ପ୍ରେସର୍ ହେବାର ଆଶଙ୍କା ଥାଏ।
from Odisha Reporter https://ift.tt/2SNaYcG
No comments:
Post a Comment