ସାବରୀମାଲାକୁ ଧର୍ମନିରପେକ୍ଷ ତୀର୍ଥକ୍ଷେତ୍ର କହିଲେ କେରଳର ବାମପନ୍ଥୀ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ସାବରୀମାଲାକୁ ଧର୍ମନିରପେକ୍ଷ ତୀର୍ଥକ୍ଷେତ୍ର କହିଲେ କେରଳର ବାମପନ୍ଥୀ ସରକାର

ଥିରୁଭନନ୍ତପୁରମ୍‌: ମନ୍ଦିର ପୁଣି ଧର୍ମନିରପେକ୍ଷ। ଦକ୍ଷିଣ ଭାରତର ବହୁଚର୍ଚ୍ଚିତ ତଥା ସଦ୍ୟ ବିବାଦ ଘେରକୁ ଆସିଥିବା ତୀର୍ଥକ୍ଷେତ୍ର ସାବରୀମାଲାକୁ ଧର୍ମନିରପେକ୍ଷ ବା ‘ସେକୁଲାର’ ମନ୍ଦିର ବୋଲି କେରଳର ବାମପନ୍ଥୀ ସରକାର ମତ ଦେଇଛନ୍ତି। ଏଥିସହିତ ଏହି ମନ୍ଦିରକୁ ପ୍ରବେଶ ପାଇଁ ଧର୍ମ କିମ୍ବା ଜାତି ନାମରେ କାହାରିକୁ ମଧ୍ୟ ମନା କରାଯାଇପାରିବ ନାହିଁ ବୋଲି ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ନିଷିଦ୍ଧାଦେଶ ଲଗାଇବା ପାଇଁ ବିଜେପି ନେତା ଟିଜି ମୋହନଦାସ କେରଳ ହାଇକୋର୍ଟରେ କରିଥିବା ଏକ ଆବେଦନର ପକ୍ଷ ରଖିବା ଅବସରରେ ସରକାରଙ୍କ ପକ୍ଷରୁ କୁହାଯାଇଛି, “ଭଗବାନ ଆୟପ୍ପାଙ୍କର ଏହି ତୀର୍ଥ କ୍ଷେତ୍ରର ଧର୍ମନିରପେକ୍ଷ ବୈଶିଷ୍ଟ୍ୟ ବାବଦରେ ଇତିହାସରେ ମଧ୍ୟ ବର୍ଣ୍ଣନା କରାଯାଇଛି।”

ପୂର୍ବରୁ ରହିଥିବା କେରଳ ସର୍ବସାଧାରଣଙ୍କ ପୂଜନ ଉଦ୍ଦିଷ୍ଟ ହିନ୍ଦୁ ମନ୍ଦିର ଆଇନ ୧୯୬୫ରେ ଏକ ନୂତନ ନିୟମ ଯୋଡ଼ିବାକୁ ଶ୍ରୀ ମୋହନଦାସ ଆବେଦନ କରିଥିଲେ। ଦେଶର ଅନ୍ୟ ମନ୍ଦିରର ଉଦାହରଣ ଦେଇ ସେ ଦାବି କରିଥିଲେ ଏନେଇ କେରଳରେ ମଧ୍ୟ ନିୟମ ଲାଗୁ ହେଉ। ପୂର୍ବରୁ ନିର୍ଦ୍ଦିଷ୍ଟ ବୟସ ବର୍ଗ (୧୦-୫୦)ର ମହିଳାଙ୍କ ମନ୍ଦିର ପ୍ରବେଶକୁ ନେଇ ଲାଗୁ ହେଉଥିବା କଟକଣାକୁ ସୁପ୍ରିମ୍‌କୋର୍ଟ ଉଠାଇଦେଇଛନ୍ତି।

କେରଳ ସରକାରଙ୍କ ଯୁକ୍ତି ଅନୁଯାୟୀ ଏହି ପବିତ୍ର ତୀର୍ଥ କ୍ଷେତ୍ର ପରିସର ଏଥିପାଇଁ ଧର୍ମ ନିରପେକ୍ଷ ଯେ, ଏହାର ପରିସର ମଧ୍ୟରେ ବାବର୍‌ ନାଡା ନାମକ ଏକ ସ୍ଥାନ ରହିଛି ଯାହାକି ଜଣେ ସୁଫି ସନ୍ଥ ବାବର୍‌ଙ୍କ ସାଧନା ପୀଠ। ସୁଫି ସନ୍ଥ ବାବର୍‌ ଆୟପ୍ପା ଭଗବାନଙ୍କର ଜଣେ ବଡ଼ ଭକ୍ତ ହୋଇଥିବାରୁ ତାଙ୍କ ନାମରେ ଆୟପ୍ପା ମନ୍ଦିର ନିକଟବର୍ତ୍ତୀ ଏରୁମେଲିଠାରେ ବାବର୍‌ସ୍ୱାମୀ ମସ୍‌ଜିଦ୍‌ ମଧ୍ୟ ନିର୍ମାଣ କରାଯାଇଛି, ଯେଉଁଠାରେ ସବୁ ଧର୍ମର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ।



from Odisha Reporter https://ift.tt/2QBntqk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages