ଗଛରେ ପିଟି ହେଲା ଟାଟା ମ୍ୟାଜିକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ଗଛରେ ପିଟି ହେଲା ଟାଟା ମ୍ୟାଜିକ୍‌

tatamagic

ମୁନିଗୁଡ଼ା (ନନ୍ଦକିଶୋର ପଟ୍ଟନାୟକ): ରାସ୍ତାରୁ ଖସି ଗଛରେ ପିଟି ହେଲା ଟାଟା ମ୍ୟାଜିକ୍‌। ଫଳରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୧୨ ଜଣ ଆହତ ହୋଇଛନ୍ତି। ତେବେ ଡ୍ରାଇଭର ଓ ଅନ୍ୟ ଜଣେ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି।

ଘଟଣାଟି ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଧୋବାଗୁଡ଼ାରେ। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଟାଟା ମ୍ୟାଜିକ୍ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ପିଟି ଦେଇଥିଲା।

ସମସ୍ତେ ଆହତ ରାଖ୍‌କୋଲା ଗାଁର। ସେମାନେ ଗାଁକୁ ଫେରୁଥିଲେ। ବିଷମକଟକ ବ୍ଲକ୍‌ରେ ଏହି ଗାଁ ଅଛି। ଏମାନେ ସମସ୍ତେ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିକୁ ଯାଇଥିଲେ।

ଡ୍ରାଇଭର ଓ ଅନ୍ୟ ଜଣେ ଗୁରୁତର ଯାତ୍ରୀଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କୁ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି।

ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ।



from Odisha Reporter https://ift.tt/2z0KxIb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages