ଜ୍ୟୋତିଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି ମାରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 19, 2018

ଜ୍ୟୋତିଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି ମାରିଲେ

80

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମଠସରସିଙ୍ଗି ଗାଁରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ରାଜେନ୍ଦ୍ର ପରିଡ଼ା ଓରଫ ଜ୍ୟୋତି।

ଗତକାଲି ସନ୍ଧ୍ୟା ସାଢ଼େ ୬ଟାରେ ଜ୍ୟୋତି ଚା’ ପିଇବା ପାଇଁ ବାଇକ୍‌ରେ ମଠସରସିଙ୍ଗି ଛକକୁ ଯାଇଥିଲେ। ଏହି ସମୟରେ ୨ଟି ବାଇକ୍‌ରେ ୪ରୁ ଅଧିକ ଦୁର୍ବୃତ୍ତ ଆସି ତାଙ୍କୁ ମାରିବା ପାଇଁ ଗୋଡ଼ାଇଥିଲେ। ରାଜେନ୍ଦ୍ର ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ଦୌଡ଼ି ଏକ ସିମେଣ୍ଟ ଦୋକାନ ଭିତରକୁ ପଶି ଯାଇଥିଲେ।

ସେ ଦୋକାନ ଭିତରେ ପଶି ଯାଇ ସଟର ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ସଟର ବନ୍ଦ କରିବାରେ ବିଫଳ ହୋଇଥିଲେ। ଦୁର୍ବୃତ୍ତମାନେ ଦୋକାନ ଭିତରେ ପଶି ରାଜେନ୍ଦ୍ରଙ୍କୁ ଗୁଳି କରିଥିଲେ। ତାଙ୍କ ଅଣ୍ଟା ତଳେ ଓ ଜଙ୍ଗରେ ଗୁଳି ବାଜିଥିଲା। ତାଙ୍କ ଶରୀରର ମୋଟ ୫ଟି ସ୍ଥାନରେ ଗୁଳି ବାଜିଥିଲା। ତା’ପରେ ସେମାନେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ଫେରାର ହୋଇଯାଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଘଟଣାସ୍ଥଳରୁ ୩ଟି ଗୁଳି ଜବତ କରାଯାଇଛି।

ରାଜେନ୍ଦ୍ର ସୁରଟରେ ଏକ ଲୁଗାକଳରେ କାମ କରୁଥିଲେ। ୧୫ ଦିନ ତଳେ ସେ ଗାଁକୁ ଫେରିଥିଲେ। ପୂର୍ବଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ଏପରିକି ଏହାର ଚେର ବାହାର ରାଜ୍ୟକୁ ମଧ୍ୟ ବ୍ୟାପିଥିବା ଆଶଙ୍କା କରୁଛି ପୁଲିସ୍‌।



from Odisha Reporter https://ift.tt/2Q8VBNs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages