ବିରାଟ୍‌ଙ୍କ ଟି-୨୦ ସିରିଜ୍‌ ଜିତିବା ଆଶା ବର୍ଷାରେ ଧୋଇଗଲା, ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ ବାତିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ବିରାଟ୍‌ଙ୍କ ଟି-୨୦ ସିରିଜ୍‌ ଜିତିବା ଆଶା ବର୍ଷାରେ ଧୋଇଗଲା, ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ ବାତିଲ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ ଜିତିବା ପାଇଁ ଆଶା ରଖିଥିବା ଟିମ୍‌ ଇଣ୍ଡିଆକୁ ଜବରଦସ୍ତ ଝଟ୍‌କା ଲାଗିଛି। ବର୍ଷାର ଲୁଚକାଳି ଖେଳ ଯୋଗୁ ମେଲବର୍ଣ୍ଣଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌କୁ ଶେଷରେ ବାତିଲ କରି ଦିଆଯାଇଛି। ଫଳରେ ପ୍ରଥମ ଟି-୨୦ ମ୍ୟାଚ୍‌ ହାରିଥିବା ବିରାଟ୍‌ ବାହିନୀ ଏବେ ତୃତୀୟ ମ୍ୟାଚ୍‌କୁ ଜିତି ସିରିଜ୍‌ ବରାବର କରିବାକୁ ଲକ୍ଷ୍ୟରେ ରହିବେ।

ସିରିଜ୍‌ରେ କମ୍‌ବ୍ୟାକ୍‌ କରିବାକୁ ବିରାଟ୍‌ ବାହିନୀ ଆଜି ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ବୋଲରମାନେ ଏହାକୁ ସଫଳ ଭାବେ କାର୍ଯ୍ୟକାରୀ କରିଥିଲେ। ଅଷ୍ଟ୍ରେଲିଆକୁ ୧୯ ଓଭର ଶେଷ ସୁଦ୍ଧା ମାତ୍ର ୧୩୨ କରିବାକୁ ସୁଯୋଗ ଦେଇଥିଲେ। ତେବେ ବର୍ଷା ହେବାରୁ ଅଧାରୁ ମ୍ୟାଚ୍‌ ବନ୍ଦ ହୋଇଯାଇଥିଲା। ବର୍ଷା ଛାଡ଼ିବା ପରେ ଭାରତକୁ ୧୯ ଓଭର୍‌ରେ ୧୩୭ ରନ୍‌ର ଟାର୍ଗେଟ ମିଳିଥିଲା। ଖେଳ ଠିକ୍‌ ଆରମ୍ଭ ହେବା ବେଳକୁ ପୁଣି ବର୍ଷା ହୋଇଥିଲା।

କିଛି ସମୟ ପରେ ବର୍ଷା ଛାଡ଼ିଯିବାରୁ ଭାରତକୁ ପୁଣି ଡିଏଲ୍‌ ମେଥଡ୍‌ ଅନୁଯାୟୀ ୧୧ ଓଭର୍‌ରେ ୯୦ ରନ୍‌ ଟାର୍ଗେଟ ମିଳିଥିଲା। ହେଲେ ବର୍ଷା ଲାଗି ରହିବାରୁ ଖେଳ ସମ୍ଭବପର ହୋଇ ନଥିଲା। ଶେଷରେ ମ୍ୟାଚ୍‌ ଅଫିସିଆଲ୍‌ ଦ୍ୱିତୀୟ ଟି-୨୦କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ।

ମ୍ୟାଚ୍‌ ବାତିଲ ହୋଇଥିଲେ ହେଁ ଅଷ୍ଟ୍ରେଲିଆ ଏବେ ବି ୩ ଟିକିଆ ଟି-୨୦ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ଏବେ ତୃତୀୟ ଟି-୨୦ ଆସନ୍ତା ୨୫ ତାରିଖରେ ସିଡ୍‌ନୀରେ ଖେଳାଯିବ।

ମେଲବର୍ଣ୍ଣ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରୁଥିବା ବିରାଟ୍‌ ବାହିନୀ ଅଷ୍ଟ୍ରେଲିଆ ବ୍ୟାଟସ୍‌ମ୍ୟାନଙ୍କୁ ବାନ୍ଧି ରଖିଥିଲା। ଦଳ ଏକଦା ୬୫ରେ ୫ ୱିକେଟ୍‌ ହରାଇ ସଂଘର୍ଷ କରିଥିଲା। କିନ୍ତୁ ମ୍ୟାକ୍‌ଡରମଟ୍‌ ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ୧୩୨ରେ ପହଞ୍ଚାଇଥିଲେ। ସେ ୩୦ ବଲ୍‌ରେ ୩୨ ରନ୍‌ କରି ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍‌ ମ୍ୟାକ୍ସୱେଲ ୧୯ ଓ ନାଥନ କୁଲଟର ନାଇଲ୍‌ ୧୮ ରନ୍‌ କରିଥିଲେ।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୩ ଓଭର୍‌ରେ ୨୦ ରନ୍‌ ଦେଇ ୨ଟି ୱିକେଟ୍‌ ନେଇଥିବା ବେଳେ ଖଲୀଲ ଅହମ୍ମଦ ୪ ଓଭର୍‌ରେ ୩୯ ରନ୍‌ ଦେଇ ୨ଟି ୱିକେଟ୍‌ ନେଇଛନ୍ତି। ସେହିପରି ଯଶପ୍ରୀତ ବୁମ୍ରା, କୁଲଦୀପ ଯାଦବ ଓ କୃନାଲ ପାଣ୍ଡ୍ୟା ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।



from Odisha Reporter https://ift.tt/2DEaRet

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages