କୁମ୍ବଲେଙ୍କ ରେକର୍ଡର ସମକକ୍ଷ ହେବା ସହ ଏସବୁ ରେକର୍ଡ କଲେ ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

କୁମ୍ବଲେଙ୍କ ରେକର୍ଡର ସମକକ୍ଷ ହେବା ସହ ଏସବୁ ରେକର୍ଡ କଲେ ଶାହ

ଦୁବାଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ରେ ପାକିସ୍ତାନ ଲେଗ ସ୍ପିନର ୟାସିର ଶାହ ୧୮୪ ରନ୍‌ରେ ୧୪ ୱିକେଟ୍‌ ନେଇ ରେକର୍ଡ ବୁକ୍‌ରେ ନିଜକୁ ସାମିଲ କରିଛନ୍ତି। ତେବେ ସେ ଗୋଟିଏ ଦିନରେ ୧୦ଟି ୱିକେଟ୍‌ ନେଇ କିମ୍ବଦନ୍ତୀ ଭାରତୀୟ ବୋଲର ଅନୀଲ କୁମ୍ବଲେଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

ଶାହ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଇନିଂସ୍‌ରେ ୪୧ ରନ୍‌ ଦେଇ ୮ ୱିକେଟ୍‌ ନେଇଥିଲେ। ନ୍ୟୁଜିଲ୍ୟାଣ୍ଡ ଫଲୋଅନ୍ ପାଇବା ପରେ ପୁଣି ବ୍ୟାଟିଂ କରିଥିଲା। ୟାସିର ପୁଣି ସେହିଦିନ ୨ଟି ୱିକେଟ୍‌ ନେଇଥିଲେ। ଫଳରେ ସେ ଗୋଟିଏ ଦିନରେ ୧୦ ୱିକେଟ୍‌ ଦଖଲ କରିବାର କୀର୍ତ୍ତିମାନ ସ୍ଥାପନ କରିଥିଲେ।

୧୯୯୯ ମସିହା ଫେବୃଆରୀ ୭ରେ କୁମ୍ବଲେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ର ଗୋଟିଏ ଦିନରେ ୧୦ ୱିକେଟ୍‌ ପାଇଥିଲେ। ଶାହା ଦୀର୍ଘ ୧୯ ‍ବର୍ଷ ୯ ମାସ ଓ ୧୯ ଦିନ ପରେ କୁମ୍ବଲେଙ୍କ ରେକର୍ଡର ସମକକ୍ଷ ହୋଇପାରିଛନ୍ତି।

ଏଥିସହ ଶାହ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ରେ ସମୁଦାୟ ୧୪ଟି ୱିକେଟ୍‌ ଦଖଲ କରିଥିବା ବେଳେ ୧୮୪ ରନ୍‌ ବ୍ୟୟ କରିଛନ୍ତି। ଏଭଳି କରିବାରେ ସେ ହେଉଛନ୍ତି ଦ୍ୱିତୀୟ ପାକିସ୍ତାନ ଖେଳାଳି। ସେହିପରି ଲେଗ୍‌ ସ୍ପିନର ଭାବେ ବିଶ୍ୱର ତୃତୀୟ ଖେଳାଳି ଭାବେ ଗୋଟିଏ ମ୍ୟାଚ୍‌ରେ ଏତେ ସଂଖ୍ୟକ ୱିକେଟ୍‌ ପାଇଛନ୍ତି।

ଲେଗ୍ ସ୍ପିନର ଭାବେ ଭାରତର ନରେନ୍ଦ୍ର ହିରୱାନି ବିଶ୍ୱର ୧ନଂ ସ୍ଥାନରେ ରହିଛନ୍ତି। ସେ ଗୋଟିଏ ମ୍ୟାଚ୍‌ରେ ୧୩୬ ରନ୍‌ ଦେଇ ୧୬ଟି ୱିକେଟ୍‌ ନେଇଥିଲେ। ୧୯୮୮ରେ ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ଟେଷ୍ଟରେ ସେ ଏଭଳି କରିଥିଲେ। ତାଙ୍କ ପଛକୁ ଅନ୍ୟତମ ଭାରତୀୟ ବୋଲର ଅନୀଲ କୁମ୍ବଲେ ରହିଛନ୍ତି। ସେ ୧୯୯୯ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୧୪ଟି ୱିକେଟ୍‌ ନେଇ ୧୪୯ ରନ୍‌ ଦେଇଥିଲେ। ଏହାପରେ ୟାସିର ଶାହ ରହିଛନ୍ତି।

ଯଦି ଆମେ ପାକିସ୍ତାନ କଥା ବିଚାରକୁ ନେବା, ତା’ହେଲେ ୟାସିର ଶାହ ଦ୍ୱିତୀୟ ଖେଳାଳି ଭାବେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୟାସିର ଶାହଙ୍କ ଉପରେ ଅଛନ୍ତି ବର୍ତ୍ତମାନର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଯିଏ ୧୯୮୨ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ୧୧୬ ରନ୍‌ ଦେଇ ୧୪ଟି ୱିକେଟ୍‌ ଦଖଲ କରିଥିଲେ। ୟାସିରଙ୍କ ପଛକୁ ତୃତୀୟ ସ୍ଥାନରେ ଅଛନ୍ତି ଅବଦୁଲ କାଦ୍ରୀ ଯିଏ ୧୯୮୭ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ୧୦୧ ରନ୍‌ ଦେଇ ୧୩ଟି ୱିକେଟ୍‌ ପାଇଥିଲେ।

୩୨ଟି ଟେଷ୍ଟ ମ୍ୟାଚ୍‌ ପରେ ସର୍ବାଧିକ ୱିକେଟ୍‌ ନେବା ତାଲିକାରେ ଶାହ ଏକ ନଂ ସ୍ଥାନରେ ରହିଛନ୍ତି। ସେ ୩୨ଟି ମ୍ୟାଚ୍‌ରେ ୧୯୫ଟି ୱିକେଟ୍‌ ନେଇଥିବା ବେଳେ ୱାକର ୟୁନିସ ୧୮୭, ରବୀଚନ୍ଦ୍ରନ ଅଶ୍ୱିନ ୧୭୬ଟି ହାସଲ କରିପାରିଥିଲେ।



from Odisha Reporter https://ift.tt/2BAWPsB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages