
ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଡାକ୍ତରଖାନାର ଚତୁର୍ଥ ମହଲାରୁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।
ମୃତ ରୋଗୀଙ୍କ ନାଁ ସଞ୍ଜୟ ଭୋଳ। ତାଙ୍କ ଘର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ନିକଟସ୍ଥ ହରିଡ଼ାପଶିରେ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚତୁର୍ଥ ମହଲାରୁ ପଡ଼ି ସଞ୍ଜୟଙ୍କର ମୃତ୍ୟୁ ଘଟିଛି। ଗତକାଲି ସକାଳେ ସେ ଗ୍ୟାଷ୍ଟ୍ରିକ୍ ଜନିତ ରୋଗ ପାଇଁ ଡାକ୍ତରଖାନାର ପୁରୁଷ ମେଡିସିନ୍ ୱାର୍ଡରେ ଭର୍ତ୍ତି ହୋଇଥିଲେ। ରାତି ପ୍ରାୟ ସାଢ଼େ ୩ଟା ବେଳେ ସେ ଚତୁର୍ଥ ମହଲାର ବରଣ୍ଡାର ଝରକାରୁ ତଳକୁ ଡେଇଁ ପଡ଼ିଥିଲେ ବୋଲି କୁହାଯାଉଛି।
ଡାକ୍ତର ପ୍ରଦ୍ୟୁତ ବେହେରା କହିଛନ୍ତି,“ରୋଗୀର ଅବସ୍ଥା ଭଲ ଥିଲା। ତାଙ୍କର ସଂପର୍କୀୟମାନେ ବି କହିଥିଲେ ଯେ ତାଙ୍କ ଅବସ୍ଥାରେ ସୁଧାର ଆସିଥିଲା। କିନ୍ତୁ ରାତି ପ୍ରାୟ ୩ଟା ବେଳେ ସେ ଝରକା ଦେଇ ଡେଇଁ ପଡ଼ିଥିଲେ। ସଂପର୍କୀୟମାନେ ତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। ତେବେ ସେମାନେ ବିଫଳ ହୋଇଥିଲେ। କାରଣ ସେ ଏତେ ଜୋରରେ ତଳକୁ ପଡ଼ିଥିଲେ ଯେ ସଂପର୍କୀୟମାନେ ତାଙ୍କୁ ଧରିବାକୁ ଭୟ କରିଥିଲେ। ସେମାନେ ବି ତା ସହିତ ତଳେ ପଡ଼ିଯିବାର ଆଶଙ୍କା ଥିଲା। ସେ କ’ଣ ପାଇଁ ଡେଇଁ ପଡ଼ିଲେ ଜଣାପଡ଼ିନି।”
ସଞ୍ଜୟ କେଉଁ ପରିସ୍ଥିତିରେ ୪ ମହଲା ତଳକୁ ଡେଇଁ ପଡ଼ିଲେ, ତାହା ସ୍ପଷ୍ଟ ହୋଇନି।’ ଢେଙ୍କାନାଳ ଟାଉନ୍ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2FCJgNA
No comments:
Post a Comment