ବିଜେପି କହିଲା- ଲୋକଙ୍କ ଟଙ୍କାରେ ଆତ୍ମପ୍ରଚାର କରୁଛନ୍ତି ନବୀନ; ବିଜେଡି କହିଲା- ମିଛୁଆ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ବିଜେପି କହିଲା- ଲୋକଙ୍କ ଟଙ୍କାରେ ଆତ୍ମପ୍ରଚାର କରୁଛନ୍ତି ନବୀନ; ବିଜେଡି କହିଲା- ମିଛୁଆ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱକପ୍‌ ହକିର ବ୍ୟୟବହୁଳ ଉଦ୍‌ଘାଟନୀ ଉତ୍ସବକୁ ନେଇ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ନବୀନ ପଟ୍ଟନାୟକ ଆତ୍ମପ୍ରଚାର ଲାଗି କରଦାତାଙ୍କର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ଦଳ ଅଭିଯୋଗ କରିଛି। କଟକ ଉତ୍ସବରେ ଅତିଥି ହେବା ଲାଗି ସଲମାନ ଖାନ୍‌ଙ୍କୁ ୧ କୋଟି ୮୯ ଲକ୍ଷ ଟଙ୍କା ଦିଆଯାଇଥିବା ବିଜେପି ତଥ୍ୟ ପ୍ରମାଣ ଦେବା ସହ ଶାହରୁଖ୍ ଖାନ୍ ଓ ଏ.ଆର ରେହମାନ ଏବଂ ଅନ୍ୟ କଳାକାରମାନଙ୍କୁ କେତେ ଟଙ୍କା ଦିଆଯାଇଛି, ତାହା ସ୍ପଷ୍ଟ କରିବା ଲାଗି ଦାବି କରିଛି।

ସେପଟେ ନିଜ ସ୍ପନ୍‌ସର୍‌ରୁ ବିଶ୍ୱକପ୍ ଆୟୋଜନ ଖର୍ଚ୍ଚ ଉଠାଇଥିବା ନେଇ ହକି ଇଣ୍ଡିଆ ଟୁଇଟ୍ କରିବାକୁ ନେଇ ମଧ୍ୟ ବର୍ଷିଛି ବିଜେପି। ରାଜ୍ୟ ସରକାର ଓ ହକି ଇଣ୍ଡିଆ ମଧ୍ୟରେ ସଲାସୁତରା ଚାଲିଥିବା ଦଳ କହିଛି। ତେବେ ବିଜେଡି ଏବେ ଅଭିଯୋଗକୁ ଖଣ୍ଡନ କରିବା ସହ ବିଜେପିକୁ ଅଭ୍ୟାସଗତ ମିଛୁଆ ବୋଲି କହିଛି।

ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର କହିଛନ୍ତି- “ହକି ବିଶ୍ୱକପ୍‌ ପାଇଁ କର୍ପୋରେଟ୍‌ ସ୍ପନ୍‌ସର୍‌ ବା ପ୍ରାୟୋଜକମାନେ ଖର୍ଚ୍ଚ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିନାହାନ୍ତି। ଏନେଇ ହକି ଇଣ୍ଡିଆ କହିସାରିଛି। ଏହା ସତ୍ତ୍ୱେ ବିଜେପି ନିର୍ଲଜ୍ଜଙ୍କ ପରି ମିଛ ଅଭିଯୋଗ କରୁଛି।”

ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ଆୟୋଜନ ଲାଗି ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରୁଥିବା ପୂର୍ବରୁ ଦାବି କରୁଥିଲେ। ଏଥିପାଇଁ ରାଜ୍ୟ ସରକାର ଇଭେଣ୍ଟ ଅର୍ଗାନାଇଜର ‘ନୁପୁର ମହାଜନ’ ନାମକ ମହିଳାଙ୍କୁ ଦାୟିତ୍ୱ ଦେଇଥିଲେ। ଉତ୍ସବ ଲାଗି କେଉଁ କଳାକାର ଓଡ଼ିଶା ଆସିବେ ମୁଖ୍ୟମନ୍ତ୍ରୀ ନିଜେ ଟ୍ୱିଟ୍‌ କରି ଜଣାଇଥିଲେ। ତେବେ ସଲମାନ୍‌ଙ୍କୁ ଏତେ ଟଙ୍କା ଦିଆଯାଇଥିବା ପ୍ରଘଟ ହେବା ପରେ ସରକାର ହକି ଇଣ୍ଡିଆକୁ ମୋହରା କରିନାହାନ୍ତି ତ? କାରଣ ହକି ଇଣ୍ଡିଆର ଆର୍ଥିକ ସ୍ଥିତି କାହାକୁ ଅଛପା ନାହିଁ। ଖେଳାଳିଙ୍କୁ ମ୍ୟାଚ ଫି’ ଦେଇପାରୁନଥିବା ହକି ଇଣ୍ଡିଆ ୨୦୧୬ ଜୁନିୟର ବିଶ୍ୱକପ୍ ବିଜେତା ଟିମ୍‌ର ସଦସ୍ୟକୁ ଆଜିଯାଏ ଟଙ୍କା ଦେଇପାରି ନାହିଁ। ଏପରିସ୍ଥଳେ ସଲମାନ, ଶାହରୁଖ୍ ଖାନ୍ ଓ ଏ.ଆର.ରେହମାନଙ୍କୁ ଡାକି ହକି ଇଣ୍ଡିଆ କୋଟିକୋଟି ଟଙ୍କା ଖର୍ଚ୍ଚ କରିବା କେତେଦୂର ଯୁକ୍ତିଯୁକ୍ତ ଓ ସମ୍ଭବ, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏଥରକୁ ମିଶାଇ ତୃତୀୟଥର ଲାଗି ଭାରତରେ ବିଶ୍ୱକପ୍ ଅନୁଷ୍ଠିତ ହେଉଛି। କିନ୍ତୁ ଏହା ପୂର୍ବରୁ କୌଣସି ବିଶ୍ୱକପ୍‌ରେ ଏଭଳି ଉଦ୍‌ଘାଟନୀ ଉତ୍ସବର ଆୟୋଜନ କରାଯାଇନଥିଲା।

 



from Odisha Reporter https://ift.tt/2BHyql6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages