ଏଥର କିଏ ହେବେ କଂସ? ଏମିତି ହେଲା ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ଏଥର କିଏ ହେବେ କଂସ? ଏମିତି ହେଲା ନିଷ୍ପତ୍ତି

dhanuyatra

ବରଗଡ଼ (ଦୀପକ ଶର୍ମା): ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଏହା ଜାନୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଗତ ଥର କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନଙ୍କୁ ବଦଳାଇବା ପାଇଁ ଧନୁଯାତ୍ରା କାର୍ଯ୍ୟକାରୀ କମିଟିର କିଛି ସଦସ୍ୟ ଚାହୁଁଥିଲେ। ତେବେ ଏଥର ସେମିତି କିଛି ହେବନି। ଗତ ବର୍ଷ ଭଳି ଏ ବର୍ଷ ବି ଭୁବନେଶ୍ୱର ପ୍ରଧାନ କଂସ ଭୂମିକାରେ ଅଭିନୟ କରିବେ।

ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଧନୁଯାତ୍ରା କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଭୁବନେଶ୍ୱରଙ୍କୁ ବଦଳାଇବା ପାଇଁ କେତେ ଜଣ ସଦସ୍ୟ ଯୁକ୍ତି ବାଢ଼ିଥିଲେ। ତେବେ ଆଉ ସମୟ ନଥିବାରୁ ଏଥର ନୂଆ କଂସ ଚୟନ କଲେ ଅସୁବିଧା ହେବ ବୋଲି ମତ ପ୍ରକାଶ ପାଇଥିଲା।

ଭୁବନେଶ୍ୱରଙ୍କ ଅଭିନୟ ଉଚ୍ଚକୋଟୀର ହେଉ ନ ଥିବା ନେଇ ବିଭିନ୍ନ ସମୟରେ ଧନୁଯାତ୍ରା ମହୋତ୍ସବ ସଭାପତି ତଥା ବରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା।

ବରଗଡ଼ରେ ଏଥର ୭୦ତମ ଧନୁଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଡିସେମ୍ବର ୧୨ ତାରିଖରେ ଶୁଭସ୍ତମ୍ଭ ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଛି।



from Odisha Reporter https://ift.tt/2r3mWlS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages