ଜାପାନିଜ୍‌ ବିଲେଇ ମୂର୍ତ୍ତିକୁ ଅତ୍ୟନ୍ତ ଶୁଭ କୁହାଯାଏ, ଜାଣନ୍ତୁ ଏହା ପଛର କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ଜାପାନିଜ୍‌ ବିଲେଇ ମୂର୍ତ୍ତିକୁ ଅତ୍ୟନ୍ତ ଶୁଭ କୁହାଯାଏ, ଜାଣନ୍ତୁ ଏହା ପଛର କାରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆମ ଦେଶରେ ସାଧାରଣତଃ ବିଲେଇକୁ ଅଶୁଭ କୁହାଯାଏ। କିନ୍ତୁ ଚାଇନିଜ୍‌ ବାସ୍ତୁଶାସ୍ତ୍ର ‘ଫେଙ୍ଗ୍‌ ଶୁଇ’ରେ ବିଲେଇକୁ ସୁଖ, ଶାନ୍ତି ଓ ସମୃଦ୍ଧିର ପ୍ରତୀକ ଭାବେ ବିବେଚନା କରାଯାଏ। ଏଥିପାଇଁ  ‘ଫେଙ୍ଗ୍‌ ଶୁଇ’ରେ ବିଶ୍ୱାସ ରଖୁଥିବା ଲୋକେ ଘରେ କିମ୍ବା ନିଜ ବ୍ୟବସାୟ କେନ୍ଦ୍ରରେ ଲାଫିଙ୍ଗ ବୁଦ୍ଧ, ୱିଣ୍ଡ ଚାଇମ୍‌, କଇଁଛ, ତିନି ଗୋଡ଼ିଆ ବେଙ୍ଗ ସହ ‘ଲକି କ୍ୟାଟ୍‌’ ମୂର୍ତ୍ତି ମଧ୍ୟ ରଖନ୍ତି।

‘ଫେଙ୍ଗ୍‌ ଶୁଇ’ ଅନୁଯାୟୀ, ଘରେ ‘ଲକି କ୍ୟାଟ୍‌’ ରଖିଲେ ଘର ପ୍ରତି ଆସିବାକୁ ଥିବା ବିପଦ ଟଳିଯାଏ। ‘ଲକି କ୍ୟାଟ୍‌’କୁ ‘ମନି କ୍ୟାଟ୍‌’ ମଧ୍ୟ କୁହାଯାଏ ଏହି ପ୍ରତିମୂର୍ତ୍ତି ସାଧାରଣତଃ ଜାପାନରୁ ଆସିଥାଏ। ଏଥିରେ ବିଲେଇଟିର ଗୋଟିଏ ହାତ ଉପରକୁ ରହି ସବୁବେଳେ ହଲୁଥାଏ। ଏହି ଜାପାନୀ ବିଲେଇ ମୂର୍ତ୍ତି ପଛର କାହାଣୀ ମଧ୍ୟ ବେଶ୍‌ ରୋମାଞ୍ଚକର।

ଜାପାନୀ ଲୋକକଥା ଅନୁଯାୟୀ, ଥରେ ଧନର ଦେବତା ନଗର ଭ୍ରମଣରେ ବାହାରିଥିଲେ। ସେହି ସମୟରେ ହଠାତ୍‌ ବର୍ଷା ହେବାକୁ ଲାଗିଲା। ଏହି ବର୍ଷାରୁ ରକ୍ଷା ପାଇବା ପାଇଁ ସେ ଏକ ଗଛ ତଳେ ଯାଇ ଛିଡ଼ା ହୋଇ ପଡ଼ିଲେ। ଠିକ୍‌ ସେତିକିବେଳେ ତାଙ୍କର ନଜର ଦୂରର ଏକ କୋଣରେ ବସିଥିବା ଗୋଚିଏ ବିଲେଇ ଉପରେ ପଡ଼ିଲା। ବିଲେଇଟି ତାଙ୍କୁ ହାତ ହଲାଇ ଡାକୁଥିଲା। ତେଣୁ ଧନର ଦେବତା ସେହି ବିଲେଇ ପାଖକୁ ଯାଇଥିଲେ। ଠିକ୍‌ ସେହି ସମୟରେ ଗଛଟିକୁ ବିଜୁଳି ମାରିଲା ଓ ସମ୍ପୁର୍ଣ୍ଣ ଗଛଟି ଜଳିଗଲା। ବିଲେଇ ଯୋଗୁ ଧନ ଦେବତାଙ୍କର ଜୀବନ ବଞ୍ଚିଗଲା। ତେଣୁ ସେ ବିଲେଇର ମାଲିକକୁ ଧନୀ ହେବାର ବରଦାନ ଦେଲେ।

କିଛି ଦିନ ପରେ ବିଲେଇଟିର ମୃତ୍ୟୁ ହୋଇଗଲା। ଫଳରେ ତା’ର ମାଲିକ ତାଙ୍କୁ ମାଟିରେ ସମାଧି ଦେଇ ‘ମାନକି ନିକୋ’ ନାମକ  ହାତ ହଲାଉଥିବା ବିଲେଇର ମୂର୍ତ୍ତି ତିଆରି କଲେ। ଏହା ପରଠାରୁ ବିପଦରୁ ରକ୍ଷା ପାଇଁ ଓ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଲୋକମାନେ ଘରେ ଓ ଦୋକାନରେ ଏହି ହାତ ହଲାଉଥିବା ବିଲେଇର ମୂର୍ତ୍ତି ରଖିବାକୁ ଲାଗିଲେ। ଏହି ‘ଲକି କ୍ୟାଟ୍‌’ ଭିନ୍ନ ଭିନ୍ନ ରଙ୍ଗରେ ମିଳିଥାଏ। ଭିନ୍ନ ରଙ୍ଗର ‘ଲକି କ୍ୟାଟ୍‌’ ଭିନ୍ନ ସମସ୍ୟାର ସମାଧାନରେ ସହାୟକ ହୋଇଥାଏ।

ଆସନ୍ତୁ ଜାଣିବା, କେଉଁ ରଙ୍ଗର ‘ଲକି କ୍ୟାଟ୍‌’ କ’ଣ ପାଇଁ ଶୁଭ।

ଯଦି ଆପଣଙ୍କର ବେପାର ଭଲ ହେଉନାହିଁ, ତେବେ ଆପଣ ଘରେ ଓ ଦୋକାନରେ ହଳଦିଆ କିମ୍ବା ଧଳା ରଙ୍ଗର ‘ଲକି କ୍ୟାଟ୍‌’ ମୂର୍ତ୍ତିକୁ ପଶ୍ଚିମ ଦିଗରେ ରଖିପାରିବେ।

ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ବଢ଼ାଇବା ପାଇଁ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଲାଲ୍‌ ରଙ୍ଗର ‘ଲକି କ୍ୟାଟ୍‌’ ମୂର୍ତ୍ତି ରଖନ୍ତୁ।

ଖରାପ ନଜରରୁ ସୁରକ୍ଷା ପାଇଁ ସବୁଜ ରଙ୍ଗର ‘ଲକି କ୍ୟାଟ୍‌’କୁ ଘରର ଉତ୍ତରରେ ରଖନ୍ତୁ। କୁବେରଙ୍କ ଦିଗ ଦକ୍ଷିଣ-ପୂର୍ବରେ ରଖିଲେ ମଧ୍ୟ ଆପଣଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ଗୋଲ୍ଡେନ ରଙ୍ଗର ‘ଲକି କ୍ୟାଟ୍‌’ ଘରେ ରଖିଲେ, ଆପଣଙ୍କ ସୌଭାଗ୍ୟ ବୃଦ୍ଧି ହେବ। ଏହାକୁ ଘର ହଲ୍‌ରେ ବା ଏମିତି ଏକ ସ୍ଥାନରେ ରଖନ୍ତୁ, ଯେଉଁଠି ସମସ୍ତଙ୍କ ନଜର ପଡ଼ିବ।

ଯଦି ଆପଣ ଦୀର୍ଘ ଦିନ ଧରି ଶାରୀରିକ ସମସ୍ୟା ଭୋଗୁଛନ୍ତି, ତେବେ ବେଡ୍‌ରୁମ୍‌ର ପୂର୍ବ ଦିଗରେ ସବୁଜ ରଙ୍ଗର ‘ଲକି କ୍ୟାଟ୍‌’ ରଖନ୍ତୁ। ସ୍ୱାସ୍ଥ୍ୟାବସ୍ଥାରେ ନିଶ୍ଚୟ ସୁଧାର ଆସିବ।



from Odisha Reporter https://ift.tt/2PvW0JA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages