
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ନିଜ ଦଳର ନାଁ ଘୋଷଣା କରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ରାଜଧାନୀର ଏକ ତାରକା ହୋଟେଲରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିବା ଜଣାପଡ଼ିଛି। ତେବେ ଏହି ନୂଆ ଦଳର ନାଁ ବିଜୁ କ୍ରାନ୍ତି ଦଳ ରହିବ ବୋଲି ଡାକ୍ତର ରାଉତ ସୂଚନା ଦେଇଛନ୍ତି। ତେବେ ପୂର୍ବରୁ ଏହି ଦଳର ନାଁ ‘ବିଜୁ ସମତା କ୍ରାନ୍ତି ଦଳ’ ରହିବ ବୋଲି ସେ କହିଥିଲେ।
ସୂଚନା ଅନୁସାରେ ଆସନ୍ତାକାଲି ତାରକା ହୋଟେଲରେ ଡାକ୍ତର ରାଉତଙ୍କ ସହ ବରିଷ୍ଠ ନେତା ବ୍ରଜକିଶୋର ତ୍ରିପାଠୀ ଓ ଯଜ୍ଞେଶ୍ଵର ବାବୁ ଉପସ୍ଥିତ ରହି ନିଜ ନୂଆ ଦଳ ଓ ତା’ର ଭବିଷ୍ୟତ କାର୍ଯ୍ୟପନ୍ଥା ଘୋଷଣା କରିବେ। ଏହି ଦଳ ଗଠନ ସମ୍ପର୍କରେ ଜାତୀୟ ନିର୍ବାଚନ କମିଶନଙ୍କଠୁ ଆନୁଷ୍ଠାନିକ ସ୍ୱୀକୃତି ମିଳିସାରିଛି ବୋଲି ଡାକ୍ତର ରାଉତ ଆଜି ଗଣମାଧ୍ୟମକୁ କହିଛନ୍ତି।
from Odisha Reporter https://ift.tt/2OYhqug
No comments:
Post a Comment