ବାଚସ୍ପତିଙ୍କୁ ଧୃତରାଷ୍ଟ୍ର କହି କଟାକ୍ଷ କଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 19, 2018

ବାଚସ୍ପତିଙ୍କୁ ଧୃତରାଷ୍ଟ୍ର କହି କଟାକ୍ଷ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଶାସକ ଦଳର ରଣନୀତିରେ ଗୃହ ପରିଚାଳନା କରୁଛନ୍ତି ବାଚସ୍ପତି।” ଏଭଳି ସାଂଘାତିକ ଅଭିଯୋଗ ଆଣିଛି ବିଜେପି। ଯାହାର ପ୍ରମାଣ ବି ଦେଖିବାକୁ ମିଳିଥିଲା ପ୍ରଶ୍ନକାଳରେ। ଅନ୍ୟପକ୍ଷରେ ବାଚସ୍ପତିଙ୍କୁ ଧ୍ରୁତରାଷ୍ଟ୍ର ଓ ନିଦାବିଷ୍ଣୁ ବୋଲି କହି କଂଗ୍ରେସ କଡ଼ା ସମାଲୋଚନା କରିଛି।

ପ୍ରଶ୍ନକାଳ ଆରମ୍ଭ ହେବା ପରେ ବିଜେଡି ବିଧାୟକମାନେ କେନ୍ଦ୍ର ବିରୋଧରେ ନାରା ଦେଇଥିଲେ। ଫଳରେ କମ୍ପିଥିଲା ବିଧାନସଭା। ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପାଖକୁ ଆସି ମନ୍ତ୍ରଣା କଲେ ବାଚସ୍ପତିଙ୍କ ସଚିବ। ଆଉ ତା’ପରେ ବାଚସ୍ପତିଙ୍କ ପାଖକୁ ଯାଇ ଗୃହକୁ ମୁଲତବୀ କରିବାକୁ ଧୀରେ ଧୀରେ କହିଥିଲେ। ତେବେ ଟେଲିଭିଜନ୍‌ରେ ସିଧା ପ୍ରସାରଣ ହେଉଥିବାରୁ ସଚିବଙ୍କ କଥା ସମସ୍ତେ ଶୁଣିପାରିଲେ। ପରେ ବାଚସ୍ପତି ଗୃହକୁ ୩ ଟା ଯାଏ ମୁଲତବୀ କରିଦେଲେ।

ଏପଟେ ସେହି ସମୟରେ ଗୃହର ମଧ୍ୟଭାଗରୁ ଆସି ସଚିବାଳୟରେ ସିବିଆଇ ପଶିବାକୁ ନେଇ ସ୍ପଷ୍ଟୀକରଣ ଚାହୁଁଥିଲେ କଂଗ୍ରେସ ବିଧାୟକ। ଢେଙ୍କାନାଳ ଓ ସିବିଆଇ ଦୁଇଟି ପ୍ରସଙ୍ଗରେ ଶାସକଦଳ ବ୍ୟାକଫୁଟରେ ଥିବାରୁ ଗୃହକୁ ବାଚସ୍ପତି ଏକାଥରରେ ୩ଟା ଯାଏ ମୁଲତବୀ କରିଦେଇଥିବା ଅଭିଯୋଗ କରିଛନ୍ତି ବିରୋଧୀ। ବିଜେପି କହିଛି, ସରକାରୀ ଦଳ ହାତରେ ବାଚସ୍ପତି ସଖୀ କଣ୍ଢେଇ ସାଜିଛନ୍ତି।

କଂଗ୍ରେସ କହିଛି, ବାଚସ୍ପତି ନିଦାବିଷ୍ଣୁ ସାଜି ଆଖିରେ ଅନ୍ଧପୁଟଳି ବାନ୍ଧି ଶାସକ ଦଳ କଥାରେ ଗୃହ ପରିଚାଳନା କରୁଛନ୍ତି।

ଆଜି ଅପରାହ୍ନ ଅଧିବେଶନରେ ପୁଣି ସଚିବାଳୟରେ ସିବିଆଇ ଓ ଢେଙ୍କାନାଳ ଗଛକଟା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେହିପରି ଗଛକଟା ଓ କେନ୍ଦ୍ରାପଡ଼ାରେ ବିଜୁ ଯୁବ ବାହିନୀର ଗୁଣ୍ଡାଗର୍ଦ୍ଦି ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ବିରୋଧୀ ଦଳ ନେତା। ଏହା ପରେ ସରକାରୀ ମୁଖ୍ୟ ସଚେତକ କେନ୍ଦ୍ର ଅବହେଳା କଥା କହିଥିବା ବେଳେ ଶାସକ ଦଳ ସଭ୍ୟ ଗୃହ ମଧ୍ୟ ଭାଗକୁ ଆସି ପୁଣି ହୋ ହାହ୍ଲା କରିଥିଲେ।

କିଏ କଣ କହିଲେ

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି-“ସରକାରୀ ଦଳର ନିଷ୍ପତ୍ତି ଅନୁସାରେ ବାଚସ୍ପତି ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଦେଲେ। ବାଜସ୍ପତି ଶଖି କଣ୍ଢେଇ ଭାବେ ସରକାରୀ ଦଳ ଇସାରାରେ ନାଚୁଛନ୍ତି।”

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି-“ଶାସକ ଦଳ ଓ ବାଚସ୍ପତି ସଲାସୁତୁରା ହୋଇଥିଲେ। ପାଟି କରୁକରୁ ମୂଲତବୀ ପ୍ରସ୍ତାବ ୩ଟା ପର୍ଯ୍ୟନ୍ତ ଚାଲିଗଲା। ଆଉ ଆଲୋଚନା ହୋଇପାରିଲା ନାହିଁ।”

ବିଜେଡି ମୁଖପାତ୍ର ଅରୁଣ ସାହୁ କହିଛନ୍ତି-“ସେମାନେ ଯେତେବେଳେ ଗୃହକୁ ମୁଲତବୀ କରୁଥିଲେ, ସେତେବେଳେ କେଉଁ ଫିକ୍ସିଂ ହେଉଥିଲା?”



from Odisha Reporter https://ift.tt/2PDhRiY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages