ଏଣିକି ଅନ୍‌ଲାଇନ୍‌ରେ ବାହାଘର କରାଇବେ ଧୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ଏଣିକି ଅନ୍‌ଲାଇନ୍‌ରେ ବାହାଘର କରାଇବେ ଧୋନି

Dhoni

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବେ ପୂରା ଫ୍ରି ଅଛନ୍ତି। ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ରେ ଧୋନିଙ୍କୁ ବିଶ୍ରାମ ଦିଆଯାଇଥିବାରୁ, ଏବେ ତାଙ୍କ ପାଖରେ ସମୟ ହିଁ ସମୟ। ଏପରି ସମୟରେ ସେ ଯୁବକଯୁବତୀଙ୍କ ବାହାଘର କରାଇବାକୁ ଅଣ୍ଟା ଭିଡିଛନ୍ତି। ତାହା ପୁଣି ଅନ୍‌ଲାଇନ୍‌ରେ।

ଏବେ ଭାବୁଥିବେ ସେ ଅନ୍‌ଲାଇନ୍‌ରେ କେମିତି ଓ କାହାର ବାହାଘର କରାଇବେ। ବାସ୍ତବ କଥାଟି ହେଲା ଧୋନିଙ୍କୁ ‘ଭାରତ ମାଟ୍ରିମୋନି’ ନିଜ ବ୍ରାଣ୍ଡ ଆମ୍ବାସାଡର କରିଛି।

ୱେବସାଇଟ୍‌ ସହ ଯୋଡ଼ି ହେବା ପରେ ସେ କହିଛନ୍ତି, “ଏହି ସାଇଟ୍‌ ବହୁତ ସଫଳ ବିବାହ କରାଇପାରିଛି। ଏହାସହ ଯୋଡ଼ି ହୋଇ ବହୁତ ଖୁସି ଲାଗୁଛି।”

ୱେବସାଇଟ୍‌ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମୁରୁଗେଲ ଜାନକିରମନ୍‌ କହିଛନ୍ତି, “ଏଥିପାଇଁ ଧୋନି ହେଉଛନ୍ତି ଠିକ୍‌ ବ୍ୟକ୍ତି। କାରଣ ସେ ବହୁତ ଯୁବକଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି। ଏହି ସମ୍ମାନ ସେ ନିଜର ନେତୃତ୍ୱ ନେବାର କ୍ଷମତାରୁ ପାଇପାରିଛନ୍ତି।”

ସେ ଆହୁରି କହିଛନ୍ତି, “ହସଖୁସିର  ବୈବାହିକ ଜୀବନ, ସ୍ୱାମୀର ଦାୟିତ୍ୱ ଓ ଭଲ ବାପା ହେବା ପରି ଗୁଣ ପାଇଁ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିଛନ୍ତି।”



from Odisha Reporter https://ift.tt/2RRvbgi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages