ଅମିତାଭ ବଚ୍ଚନଙ୍କୁ ଲିଗାଲ୍‌ ନୋଟିସ୍‌, ପଢ଼ନ୍ତୁ କାହିଁକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ଅମିତାଭ ବଚ୍ଚନଙ୍କୁ ଲିଗାଲ୍‌ ନୋଟିସ୍‌, ପଢ଼ନ୍ତୁ କାହିଁକି

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଆସିଛି ଲିଗାଲ୍‌ ନୋଟିସ୍‌। ଏକ ବିଜ୍ଞାପନରେ ଓକିଲ ଭଳି ବେଶଭୂଷା ହେବାକୁ ନେଇ ଏହି ଲିଗାଲ୍‌ ନୋଟିସ୍‌ ଆସିଛି। ଏତଦ୍‌ବ୍ୟତୀତ ଅମିତାଭ ପ୍ରତିନିଧିତ୍ୱ କରିଥିବା ମସଲା କମ୍ପାନୀ, ୟୁଟ୍ୟୁବ୍‌ ଏବଂ ବିଜ୍ଞାପନ ପ୍ରସାରିତ ହୋଇଥିବା ଏକ ଗଣମାଧ୍ୟମ ସଂସ୍ଥାକୁ ମଧ୍ୟ ଦିଲ୍ଲୀ ବାର୍‌ କାଉନ୍‌ସିଲ୍‌ ପକ୍ଷରୁ ନୋଟିସ୍‌ ପଠାଯାଇଛି।

ବିନା ଅନୁମତିରେ ଏପରି ପ୍ରସାରଣ କରିଥିବାରୁ ସମସ୍ତ ପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ବାର୍‌ କାଉନ୍‌ସିଲ୍‌ ପକ୍ଷରୁ କୁହାଯାଇଛି। ଏହି ନୋଟିସ୍‌ରେ ଆହୁରି ମଧ୍ୟ କୁହାଯାଇଛି, “ଆପଣମାନେ ଏହି ବିଜ୍ଞାପନର ପ୍ରସାରଣ ତୁରନ୍ତ ବନ୍ଦ କରନ୍ତୁ ଏବଂ ବାର କାଉନ୍‌ସିଲ୍ ଅଫ୍ ଦିଲ୍ଲୀ, ବାର କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆ ଏବଂ ଅନ୍ୟ ରାଜ୍ୟର ବାର୍ କାଉନ୍‌ସିଲ୍‌କୁ ଲେଖିକରି ଦିଅନ୍ତୁ ଯେ, ପୁନର୍ବାର ଏଭଳି ଓକିଲ ପୋଷାକ ପିନ୍ଧି ବିଜ୍ଞାପନ କରିବେନାହିଁ।”

ଏହି ବିଜ୍ଞାପନ ପ୍ରସାରଣ ବନ୍ଦ କରିବା ପାଇଁ ୧୦ ଦିନର ମହଲତ ମଧ୍ୟ ଦିଆଯାଇଛି। ଏହା ପରେ ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ବିଜ୍ଞାପନରେ ସେ ଓକିଲ ପୋଷାକ ପିନ୍ଧି ଡ୍ରେସିଂ ରୁମ୍‌ରେ ବସିଥିବାର ଦେଖିବାକୁ ମିଳୁଛି। ଏହାପରେ ଦୁଇଜଣ ଜୁନିୟର ଆର୍ଟିଷ୍ଟ ପ୍ରବେଶ କରୁଛନ୍ତି ଏବଂ ବଚ୍ଚନଙ୍କୁ ପାଓ ଭାଜି ଦେଉଛନ୍ତି। ବଚ୍ଚନ ଏହାକୁ ଖାଇ ସାରିବାପରେ ପାଓଭାଜିର ପ୍ରଶଂସା କରିବା ସହିତ ଏଥିରେ ବ୍ୟବହାର ହୋଇଥିବା ମସଲାର ଗୁଣଗାନ କରୁଥିବା ଦେଖିବାକୁ ମିଳିଛି। ଏହାପୂର୍ବରୁ ଝିଅ ଶ୍ୱେତା ବଚ୍ଚନଙ୍କ ସହିତ ଏକ ଗହଣା ବିଜ୍ଞାପନରେ ଆସିଥିଲେ, ତାକୁ ନେଇ ମଧ୍ୟ ବିବାଦ ହୋଇଥିଲା ଏବଂ କଥା ଲିଗାଲ୍ ନୋଟିସ୍‌ ଯାଏ ଯାଇଥିଲା।



from Odisha Reporter https://ift.tt/2RujgVv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages