
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ ବିଦେଶ ଯିବା ପାଇଁ ଯୋଜନା ବନାଇଥିଲେ ହେଁ ସୁପ୍ରିମ୍କୋର୍ଟଙ୍କ ତାଙ୍କ ଅନୁରୋଧକୁ ଅଗ୍ରାହ୍ୟ କରିଦେଇଛନ୍ତି। ସେ ବିଦେଶ ଯାଇପାରିବେନି କହି ସୁପ୍ରିମ୍କୋର୍ଟ କହିଛନ୍ତି, ଏହା ଆସନ୍ତା କାଲି ହିଁ ଶୁଣାଣି କରିବା ଭଳି ପ୍ରସଙ୍ଗ ନୁହେଁ। କାର୍ତ୍ତିଙ୍କ ଓକିଲ ଆବେଦନ କରିଥିଲେ କାର୍ତ୍ତି ନଭେମ୍ବର ୩ରୁ ଇଟାଲୀ, ଅଷ୍ଟ୍ରିଆ ଏବଂ ବ୍ରିଟେନ୍ ଯିବାକୁ ଚାହୁଁଛନ୍ତି ଏବଂ ସେଥିପାଇଁ କୋର୍ଟଙ୍କ ଅନୁମତି ଆବଶ୍ୟକ। କାରଣ କାର୍ତ୍ତି ଯେଉଁଆଡ଼େ ମଧ୍ୟ ଯିବେ କୋର୍ଟଙ୍କ ଅନୁମତି ନେଇ ଯିବେ।
ଏଭଳି ଜରୁରିକାଳୀନ ଆବେଦନ ସମୂହକୁ ଅଗ୍ରାହ୍ୟ କରି ସୁପ୍ରିମ୍କୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ କହିଛନ୍ତି, “ବିଚାରପତିମାନଙ୍କର ଆହୁରି ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାମ ସବୁ ରହିଛି। ଲୋକ ଏମିତି ଆସୁଛନ୍ତି ଆଉ ବିଦେଶ ଯାଉଛନ୍ତି, ଆମ କଥା କିଏ ଭାବୁଛି।”
କାର୍ତ୍ତିଙ୍କ ନାମରେ ଆର୍ଥିକ ହେରଫେର ଭଳି ମାମଲାରେ ଅଭିଯୁକ୍ତ ଏବଂ ଉଭୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ସିବିଆଇ ଏସବୁ ମାମଲାର ତଦନ୍ତ କରୁଛନ୍ତି। ତାଙ୍କ ବାପା ପି ଚିଦାମ୍ବରମ୍ ଅର୍ଥମନ୍ତ୍ରୀ ଥିବା ସମୟରେ ଆଇଏନ୍ଏକ୍ସ ମିଡିଆକୁ ଏଫ୍ଆଇପିବି କ୍ଲିଅରାନ୍ସ ଦେଇ ସେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ହାତେଇଥିବାର ଅଭିଯୋଗ ମଧ୍ୟ ଆସିଛି।
ଏସବୁ ପରେ ମଧ୍ୟ କୋର୍ଟ ତାଙ୍କୁ ବିଦେଶ ଯିବାକୁ ପୂର୍ବରୁ ଥରେ ଅନୁମତି ଦେଇଥିଲେ। କିନ୍ତୁ କାର୍ତ୍ତିଙ୍କୁ କୋର୍ଟ ଦେଇଥିବା ସ୍ୱାଧୀନତାର ‘ନିର୍ବୋଧ ଅପବ୍ୟବହାର’ କରି ସେ ତଦନ୍ତକୁ ବିଳମ୍ବ କରାଉଛନ୍ତି ବୋଲି ଇଡି ଅଭିଯୋଗ ଆଣିବା ପରେ କୋର୍ଟ ତାଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଏହି ମାମଲାସବୁର ଅଭିଯୁକ୍ତ ନମ୍ବର ୧ବୋଲି ମଧ୍ୟ କୋର୍ଟ ପୂର୍ବ ଶୁଣାଣିରେ କହିଥିଲେ।
from Odisha Reporter https://ift.tt/2qkcyWA
No comments:
Post a Comment