ଚାଷୀ ଆନ୍ଦୋଳନ ଆଳରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ଚାଷୀ ଆନ୍ଦୋଳନ ଆଳରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରୁ ଚାଷୀମାନେ ଦିଲ୍ଲୀରେ ଏକତ୍ରୀତ ହୋଇ ନିଜର ହକ୍‌ ପାଇଁ ଦାବି କରିଥିଲେ। ହେଲେ ଏହି ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ଆଳରେ ବିଜେପି ବିରୋଧୀ ଦଳଗୁଡ଼ିକ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ସମେତ ଅନ୍ୟ ପ୍ରମୁଖ ଦଳର ନେତାମାନେ ଏକାଠି ହୋଇ ମୋଦି ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ୨୦୧୯ରେ ମୋଦି କେମିତି ଶାସନରୁ ହଟିବେ ସେକଥା ନିଶ୍ଚିତ କରିବାକୁ ସମସ୍ତେ ଏକାଠି ହେବା ଦରକାର ବୋଲି ବିରୋଧୀ ଦଳର ନେତାମାନେ ସମସ୍ତଙ୍କୁ କହିଛନ୍ତି।

୨୦୧୯ରେ ବିରୋଧୀ ଦଳଗୁଡ଼ିକ ବିଜେପି ବିରୋଧରେ ମହାମେଣ୍ଟ ଗଠନ କରିବାକୁ ବାରମ୍ବାର ଉଦ୍ୟମ କରୁଥିଲେ ହେଁ ଏହା ଶେଷ ମୁହୂର୍ତ୍ତରେ ଫୁସକି ଯାଉଛି। ତେବେ ଶୁକ୍ରବାର ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଚାଷୀ ଆନ୍ଦୋଳନ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କଠାରୁ ଆରମ୍ଭ କରି ବାମଦଳ ଗୁଡ଼ିକ ଏକାଠି ହୋଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି।

ପାର୍ଲିଆମେଣ୍ଟ ରୋଡ୍‌ରେ ଆୟୋଜିତ ଚାଷୀ ଆନ୍ଦୋଳନରେ ଯୋଗଦେଇ ଚାଷୀଙ୍କ ପାଇଁ ସ୍ୱାମୀନାଥନ କମିଶନ ଯେଉଁ ସୁପାରିସ କରିଥିଲେ ତାକୁ ଲାଗୁ କରିବାକୁ ଦାବି କରିଛନ୍ତି। ଏହି ବୈଠକରେ ଯୋଗଦେଇଥିବା ନେତାମାନେ ମୋଦି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ। ୨୦୧୯ରେ ମୋଦି ସରକାର କେମିତି ଶାସନରୁ ହଟିବେ, ସେନେଇ ମଧ୍ୟ ନେତାମାନେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ।

କେଜ୍ରି ଓ ରାହୁଲଙ୍କ ବ୍ୟତୀତ ଏହି କୃଷକ ସମାବେଶରେ ଏନ୍‌ସିପି ନେତା ଶରଦ ପାୱାର, ପୂର୍ବତନ ଜେଡିୟୁ ନେତା ଶରଦ ଯାଦବ, ବାମପନ୍ଥୀ ନେତା ସୀତାରାମ ୟେଚୁରୀ, ଡି ରାଜା, ଟିଏମସି ସାଂସଦ ଦୀନେଶ ତ୍ରିବେଦୀ, ସମାଜବାଦୀ ପାର୍ଟିର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଏନ୍‌ସି ନେତା ଫାରୁକ ଅବଦୁଲ୍ଲା ପ୍ରମୁଖ ଯୋଗଦେଇଥିଲେ।



from Odisha Reporter https://ift.tt/2KKRiCS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages