ତୃତୀୟ ନ୍ୟୁଜିଲ୍ୟାଣ୍ଡ ଖେଳାଳି ଭାବେ ବୋଲ୍ଟ କଲେ ଏହି ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ତୃତୀୟ ନ୍ୟୁଜିଲ୍ୟାଣ୍ଡ ଖେଳାଳି ଭାବେ ବୋଲ୍ଟ କଲେ ଏହି ରେକର୍ଡ

ଦୁବାଇ: ନ୍ୟୁଜିଲ୍ୟାଣ୍ଡର ବାମହାତୀ ଦ୍ରୁତ ବୋଲର୍‌ ଟ୍ରେଣ୍ଟ ବୋଲ୍ଟ ନିଜ ଦେଶର ପାଇଁ ରେକର୍ଡ ସୃଷ୍ଟି କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡର ତୃତୀୟ ବୋଲର୍‌ ଭାବେ ଅନ୍ତର୍ଜାତୀୟ ଦିନିକିଆରେ ହ୍ୟାଟ୍ରିକ୍‌ ନେବାର ରେକର୍ଡ କରିଛନ୍ତି।

ବୋଲ୍ଟ ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ ଦିନିକିଆରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବୋଲ୍ଟଙ୍କ ହ୍ୟାଟ୍ରିକ ସହାୟତାରେ ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନକୁ ୪୭ ରନ୍‌ରେ ପରାସ୍ତ କରିଛି।

ବୋଲ୍ଟ ପାକିସ୍ତାନ ଇନିଂସ୍‌ର ତୃତୀୟ ଓଭର୍‌ର ଦ୍ୱିତୀୟ ବଲ୍‌ରେ ଫଖର ଜମାନ୍‌, ତୃତୀୟ ବଲ୍‌ରେ ବାବର ଆଜମ ଓ ୪ର୍ଥ ବଲ୍‌ରେ ମହମ୍ମଦ ହାଫିଜ୍‌ଙ୍କୁ ଆଉଟ୍‌ କରି ଏଭଳି ରେକର୍ଡ କରିଛନ୍ତି।


ଡ୍ୟାନି ମୋରିସନ୍‌ ୧୯୯୪ରେ ଟିମ୍‌ ଇଣ୍ଡିଆ ବିରୋଧରେ ପ୍ରଥମଥର ନ୍ୟୁଜିଲ୍ୟାଣ୍ଡ ପାଇଁ ହ୍ୟାଟ୍ରିକ୍‌ ୱିକେଟ୍‌ ନେଇଥିଲେ। ଏହାପରେ ୨୦୦୭ରେ ଶେନ୍‌ ବଣ୍ଡ ଅଷ୍ଟ୍ରେଲିଆ ବିରୋଧରେ ସମାନ କୀର୍ତ୍ତିମାନ ସ୍ଥାପନ କରିଥିଲେ।

ପାକିସ୍ତାନ ବିପକ୍ଷ ପ୍ରଥମ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍‌ ହରାଇ ୨୬୬ ରନ୍‌ କରିଥିଲା। ଏହାର ଜବାବରେ ପାକିସ୍ତାନ ୨୧୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା।



from Odisha Reporter https://ift.tt/2AS2ZnJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages