ତାମିଲନାଡୁରେ ‘ସରକାର’ ବନାମ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ତାମିଲନାଡୁରେ ‘ସରକାର’ ବନାମ ସରକାର

ଚେନ୍ନାଇ: ତାମିଲ ଓ ତେଲୁଗୁ ସୁପରଷ୍ଟାର ବିଜୟଙ୍କ ଫିଲ୍ମ “ସରକାର”କୁ ନେଇ ଏବେ ବିବାଦ ଘନେଇବାରେ ଲାଗିଛି। ଏହି ଫିଲ୍ମରେ ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବିଭିନ୍ନ ଯୋଜନାକୁ ‘କଦର୍ଯ୍ୟ ଢଙ୍ଗରେ’ ପ୍ରଦର୍ଶନ କରାଯାଇଥିବାରୁ ଏହାକୁ ନେଇ ରାଜ୍ୟ ସରକାର ତଥା ଏ ଆଇଏଡିଏମକେର ନେତାମାନେ ଫିଲ୍ମର ନିର୍ଦ୍ଦେଶକ ଏବଂ ଅଭିନେତା ବିଜୟଙ୍କ ଉପରେ ଖପ୍ପା ହୋଇଛନ୍ତି।

ତାମିଲନାଡୁ ଆଇନ୍‌ ମନ୍ତ୍ରୀ ସିଭି ଶାହାନମୁଗାମ କହିଛନ୍ତି, “ ଏହି ସରକାର ଫିଲ୍ମ ମାଧ୍ୟମରେ ସମାଜରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରାଯିବାକୁ ଉଦ୍ୟମ ହୋଇଛି। ଏହା ଏକ ଆତଙ୍କବାଦୀ କାର୍ଯ୍ୟଠାରୁ କୌଣସି ଗୁଣରେ କମ୍‌ ନୁହେଁ। ଫିଲ୍ମ ଜରିଆରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ଉଦ୍ୟମ ହୋଇଛି। ଦରକାର ପଡ଼ିଲେ ଆମେ ଅଭିନେତା ଓ ଫିଲ୍ମ ନିର୍ମାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।”

ଗତକାଲି ମଧ୍ୟ ଆଉ ଜଣେ ରାଜ୍ୟମନ୍ତ୍ରୀ ଫିଲ୍ମରୁ ଆପତ୍ତିଜନକ ଦୃଶ୍ୟକୁ ବାଦ ନ ଦେଲେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ଧମକ ଦେଇଥିଲେ। ସେହିପରି ଫିଲ୍ମରେ ଧୂମପାନକୁ ପ୍ରୋତ୍ସାହିତ କରାଯାଉଥିବା ଅଭିଯୋଗ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଫିଲ୍ମ ପ୍ରଯୋଜକଙ୍କୁ ନୋଟିସ୍‌ କରିଛନ୍ତି।

“ସରକାର” ଫିଲ୍ମ ଦୁଇ ଦିନ ତଳେ ରିଲିଜ୍‌ ହୋଇଥିବା ବେଳେ ଇତି ମଧ୍ୟରେ ୧୦୦ କୋଟିରୁ ଅଧିକ ବ୍ୟବସାୟ କରିସାରିଲାଣି। ଅନ୍ୟପକ୍ଷରେ ଆଜି ମଦୁରାଇ ସ୍ଥିତ ବିଭିନ୍ନ ହଲ୍‌ ସମ୍ମୁଖରେ ଏଆଇଏଡିଏମ୍‌କେ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଫିଲ୍ମରେ ୨୦୧୧ ନିର୍ବାଚନ ବେଳେ ଜୟଲଳିତା ଲୋକଙ୍କୁ ମିକ୍ସର ଓ ଫ୍ୟାନ୍‌ ଦେଇଥିଲେ। ଫିଲ୍ମରେ ଏଗୁଡ଼ିକୁ ପୋଡ଼ା ଯାଉଥିବା ଦେଖାଯାଇଛି। ସେହିପରି ଜୟଲଳିତାଙ୍କ ବିଭିନ୍ନ ଯୋଜନା ବିରୋଧରେ ମଧ୍ୟ ଏଥିରେ ପ୍ରଚାର କରାଯାଇଥିବା ଅଭିଯୋଗ ହୋଇଛି।



from Odisha Reporter https://ift.tt/2SWvlo7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages