୮୮ଦେଶରୁ ୮୦ ଭାଷାର ଖବର କାଗଜ ସଂଗ୍ରହ କରିଛନ୍ତି ଏହି ଓଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

୮୮ଦେଶରୁ ୮୦ ଭାଷାର ଖବର କାଗଜ ସଂଗ୍ରହ କରିଛନ୍ତି ଏହି ଓଡ଼ିଆ

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ପ୍ରଥମେ ଗୋଟିଏ ପରେ ଅନ୍ୟ ଏକ ନ୍ୟୁଜ୍ ପେପର୍‌ ପଢ଼ିବାର ନିଶା। ଏହି ନିଶାରୁ ପଢ଼ୁଥିବା ନ୍ୟୁଜ୍‌ ପେପର୍‌କୁ ସାଇତି ରଖିବାର ଝୁଙ୍କ୍‌। ଖାସ୍‌ ଏମିତି କିଛି ନିଆରା ଆଉ ନିଷ୍ଠାଯୁକ୍ତ ଇଚ୍ଛାଶକ୍ତି ଯୋଗୁ ଜଣେ ଖବର କାଗଜ ସଂଗ୍ରାହକ ଭାବେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଓଡ଼ିଆ ଯୁବକ ଶଶାଙ୍କ ଶେଖର ଦାସ। ‘ପେପର୍‌ ବୟ ଶଶାଙ୍କ’ ଭାବେ ସୋଶାଲ୍‌ ମିଡିଆରେ ମଧ୍ୟ ସେ ବେଶ୍‌ ଜଣାଶୁଣା।

ଦେଶ ବିଦେଶର ବିଭିନ୍ନ ଭାଷାର ଖବର କାଗଜ ବା ନ୍ୟୁଜ୍‌ ପେପର୍‌ କିଣି ସେ ସବୁକୁ ସାଇତି ରଖିବାର ସଉକ୍ ତାଙ୍କୁ ‘ପେପର୍‌ ବୟ ଶଶାଙ୍କ’ ରୂପେ ପରିଚିତି ଦେଇଛି।

ଯାଜପୁର ବରି ଅଞ୍ଚଳର ଶଶାଙ୍କ ବୃତ୍ତିରେ ସାହିତ୍ୟିକ ଓ ସାମ୍ବାଦିକ ମଧ୍ୟ। ୧୯୭୮ ମସିହାରେ ଜନ୍ମ ହୋଇଥିବା ଏହି ଯୁବକ ପିଲାବେଳୁ ସାହିତ୍ୟମନସ୍କ ଥିଲେ। ପଢ଼ାପଢ଼ି ଓ ଲେଖାଲେଖିରେ ରୁଚି ଥିଲା ଏବଂ ନିୟମିତ ସଂଖ୍ୟାଧିକ ନ୍ୟୁଜ୍‌ ପେପର୍‌ ପଢ଼ିବା ତାଙ୍କର ‘ହବି’ ଥିଲା। ଏହି ଅଭ୍ୟାସ ହିଁ ଶଶାଙ୍କଙ୍କୁ ବିଭିନ୍ନ ଭାଷାର ନ୍ୟୁଜ୍‌ ପେପର୍‌ ପଢ଼ିବା ପାଇଁ ଉତ୍ସାହିତ କରିଥିଲା। ତେବେ ନ୍ୟୁଜ୍‌ ପେପର୍ ପଢ଼ିବା ସହ ଏ ସବୁକୁ ସାଇତି ରଖିବାର ଭିନ୍ନ ଏକ ରୁଚି ଯୋଗୁ ସାମ୍ବାଦିକତା କ୍ୟାରିଅର୍‌ ଆରମ୍ଭ ବେଳକୁ ସେ ପ୍ରାୟ ୬,୦୦୦ରୁ ଅଧିକ ନ୍ୟୁଜ୍‌ ପେପର୍‌ ସଂଗ୍ରହ କରି ସାରିଥିଲେ।

ଏବେ ଶଶାଙ୍କଙ୍କ ପାଖରେ ୮୮ଦେଶର ପ୍ରାୟ ୮୦ଟି ଭାଷାର ନ୍ୟୁଜ୍‌ ପେପର୍‌ ସଂଗୃହୀତ ହୋଇ ରହିଛି। ୨୦୦୧ମସିହାରୁ ବିଧିବଦ୍ଧ ଭାବେ ଦେଶ ବିଦେଶର ବିଭିନ୍ନ ଭାଷାର ଖବର କାଗଜ ସଂଗ୍ରହ କରିଥିବା ଏହି ଓଡ଼ିଆ ‘ପେପର୍‌ ବୟ’ଙ୍କ ପାଖରେ ‘ପାଟଣା ଦୀପିକା’, ‘ଓଡ଼ିଆ ପୁଅ’, ‘ଉତ୍କଳ ଦୀପିକା’, ‘ହୀରାଖଣ୍ଡ’, ‘କୁରୁକ୍ଷେତ୍ର’, ‘ରାଷ୍ଟ୍ରଦୂତ’, ‘ମୋ ସହର ସଂପର୍କ’ ଭଳି ବହୁ ପୁରାତନ ଓଡ଼ିଆ ଖବର କାଗଜ ସମେତ ଭାରତର ବିଭିନ୍ନ ପ୍ରାନ୍ତ ଓ ବିଦେଶୀ ନ୍ୟୁଜ୍‌ ପେପର୍‌ ମଧ୍ୟ ରହିଛି।

ନିଜ ଦ୍ୱାରା ସଂଗୃହୀତ ନ୍ୟୁଜ୍‌ ପେପର୍‌ ସବୁକୁ ନେଇ ଶଶାଙ୍କ ଏବେ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଦର୍ଶନୀର ଆୟୋଜନ କରୁଛନ୍ତି।

ସାହିତ୍ୟିକ ଓ ସାମ୍ବାଦିକରୁ ଏମିତି ବନିଗଲେ ‘ପେପର୍‌ ବୟ’ 

ନିଜର ଏହି ନିଆରା ଅଥଚ ସଫଳ ଯାତ୍ରା ସମ୍ପର୍କରେ ଶଶାଙ୍କ କୁହନ୍ତି, “ମତେ ନ୍ୟୁଜ୍‌ ପେପର୍‌ ପଢ଼ିବାକୁ ପିଲାବେଳୁ ଭଲ ଲାଗେ। ପେପର୍‌ ପଢ଼ି ସାରିବା ପରେ ସେ ସବୁକୁ ସାଇତି ରଖୁଥିଲି। ସାଇତି ରଖିଥିବା ନ୍ୟୁଜ୍‌ ପେପର୍‌ ଗୁଡ଼ିକୁ ମୁଁ ପ୍ରଥମେ ଯେବେ ଏକତ୍ରିତ କରିବା ଆରମ୍ଭ କଲି, ମୋର କିଛି ବନ୍ଧୁ ଅଧିକରୁ ଅଧିକ ଭାଷା ଓ ସଂଖ୍ୟାର ନ୍ୟୁଜ୍‌ ପେପର୍‌ ସଂଗ୍ରହ ପାଇଁ ପରାମର୍ଶ ଦେଲେ। ଏହା ପରେ ମୁଁ ଏହି ଦିଗରେ ଆଗେଇଲି ଏବଂ ନୂଆ ଓ ପୁରୁଣା ନ୍ୟୁଜ୍‌ ପେପର୍‌ ସଂଗ୍ରହ କରିବାରେ ଲାଗି ପଡ଼ିଲି।

ଏହି ନ୍ୟୁଜ୍‌ ପେପର୍‌ ସଂଗ୍ରହ ପାଇଁ ୨୦୧୩ରେ ମୋ ନାଁ ‘ଲିମ୍‌କା ବୁକ୍‌ ଅପ୍‌ ରେକର୍ଡସ୍‌’ରେ ସ୍ଥାନ ପାଇଲା। ତା’ପରେ ମୁଁ ‘ପେପର୍‌ ବୟ’ର ରୂପେ ପରିଚିତ ହୋଇଗଲି। ଏହି ‘ପେପର୍ ବୟ’ର ପରିଚୟ ଦେଇ ବିଭିନ୍ନ ଦେଶରୁ ନ୍ୟୁଜ୍‌ ପେପର୍‌ ମଧ୍ୟ ମଗାଇ ପାରିଲି। ନିକଟରେ ଜଣେ ‘ଫେସ୍‌ବୁକ୍‌ ବନ୍ଧୁ’ ଯାହାଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଜାଣିନାହିଁ, ସେ ବିଦେଶ ଯାଇଥିଲେ। ମୁଁ ତାଙ୍କୁ ସେଠାକାର ଆଞ୍ଚଳିକ ଖବର କାଗଜଟିଏ ନେଇ କି ଆସିବା ପାଇଁ କହିଥିଲି। ସେ ଆଣିଥିଲେ ମଧ୍ୟ। ‘ଫେସ୍‌ବୁକ୍‌’  ମତେ ଏ ଦିଗରେ ସଫଳ ହେବାରେ କିଛିଟା ସାହାଯ୍ୟ ମଧ୍ୟ କରିଛି।”

ଆଗକୁ ବଡ଼ ମ୍ୟୁଜିୟମ୍‌ ସହ ଗିନିସ୍‌ ବୁକ୍‌ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇବାକୁ ଲକ୍ଷ୍ୟ

ସଂଗୃହୀତ ନ୍ୟୁଜ୍‌ ପେପର୍‌କୁ ନେଇ ଶଶାଙ୍କ ଏକ ଯୋଜନା ମଧ୍ୟ ଆରମ୍ଭ କରିଦେଇଛନ୍ତି। ସେ କହିଛନ୍ତି, “ମୁଁ ମୋ ଗାଁ ଯାଜପୁର ଜିଲ୍ଲାର ବରିରେ ବାପା ଦୋଳଗୋବିନ୍ଦଙ୍କ ନାଁରେ ଏକ ମ୍ୟୁଜିୟମ୍‌ ଖୋଲିଛି। ଆଗକୁ ସେହି ସଂଗ୍ରହାଳୟକୁ ବିସ୍ତାର କରିବାତୁ ଲକ୍ଷ୍ୟ ମଧ୍ୟ ରଖିଛି।”

ତେବେ ନ୍ୟୁଜ୍‌ ପେପର୍‌ ସଂଗ୍ରହକୁ ନେଇ ମିଳିଥିବା ସଫଳତାର ଶ୍ରେୟ ଶଶାଙ୍କ ତାଙ୍କ ପରିବାରକୁ ଦେଇଛନ୍ତି। ତାଙ୍କ କହିବା କଥା, “ଘର ଲୋକ ଯଦି ମତେ ଏହି କ୍ଷେତ୍ରରେ ସାହାଯ୍ୟ ସହଯୋଗ କରି ନ ଥା’ନ୍ତେ କିମ୍ବା ସେମାନେ ମୋ ଆଗ୍ରହକୁ ବୁଝି ନ ଥା’ନ୍ତେ, ତେବେ ମୁଁ ୬,୦୦୦ରୁ ଅଧିକ ନ୍ୟୁଜ୍‌ ପେପର୍‌ କେଉଁଠି ରଖିଥା’ନ୍ତି ?

ଏବେ ଯେତିକି ବି ସଫଳତା ପାଇଛି, ତା’କୁ ନେଇ ବହୁତ ଖୁସି ଅଛି ଏବଂ ଆଗକୁ ଗିନିସ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌ରେ ସାମିଲ୍‌ ହେବାକୁ ଲକ୍ଷ୍ୟ ରଖିଛି।”



from Odisha Reporter https://ift.tt/2QaZn93

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages