
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଉନ୍ନତି କରିବାକୁ ଚାହିଁଥା’ନ୍ତି। ବ୍ୟବସାୟ ହେଉ ଅବା ଚାକିରି, ଅଧିକ ଅର୍ଥ ଉପାର୍ଜନ ପାଇଁ ସମସ୍ତ ପ୍ରୟାସ କରନ୍ତି। ଏହାରି ଭିତରେ ଅନେକ ସମୟରେ ଋଣ କରିବାକୁ ମଧ୍ୟ ପଡ଼ିଥାଏ। ଋଣର ଭାର ଏପରି ହୁଏ ଯାହା ବେଳେବେଳ ମାନସିକ ଅଶାନ୍ତି ଦେଇଥାଏ।
ଏହି ଋଣ ବୋଝରୁ ମୁକ୍ତି ପାଇଁ ଆସନ୍ତୁ କିଛି ବାସ୍ତୁ ଟିପ୍ସ୍ ଜାଣିବା। ବାସ୍ତୁ ଶାସ୍ତ୍ରରେ ଏପରି ୫ଟି ଜିନିଷ କୁହାଯାଇଛି, ଯାହା ଘରେ ରଖିଲେ ଆପଣଙ୍କ ଋଣ ସମସ୍ୟା ଦୂର ହୁଏ।
୧. ଘରର ଉତ୍ତର-ପୂର୍ବ ଦିଗର କାନ୍ଥରେ ଦର୍ପଣ ଲଗାନ୍ତୁ। ବାସ୍ତୁ ଅନୁସାରେ, ଦକ୍ଷିଣ ଓ ପଶ୍ଚିମ ଦିଗରେ ଦର୍ପଣ ଲଗାଇଲେ ଘରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ।
୨. ଆପଣ ଘର ତିଆରି କରିବା ସମୟରେ ନିଅଁ ଖୋଳିଥା’ନ୍ତି। ଏହାକୁ ଅତିକମ୍ରେ ଦୁଇରୁ ତିନି ଫୁଟ୍ ଗଭୀର କରି ଖୋଳନ୍ତୁ। ଏହା ସହିତ ଘରର ଉତ୍ତର ଦିଗକୁ ଗଡ଼ାଣିଆ ରଖନ୍ତୁ। ବାସ୍ତୁ ହିସାବରେ ଏପରି କରିବା ଦ୍ୱାରା ଘରେ ଲକ୍ଷ୍ମୀ ବାସ କରନ୍ତି।
୩. ବାସ୍ତୁ ଅନୁସାରେ, ଘରର ଦକ୍ଷିଣ ପଶ୍ଚିମ ବା ଦକ୍ଷିଣ ଦିଗରେ ପାଣି ଟାଙ୍କି, କୂଅ କିମ୍ୱା ନଳକୂପ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣ ଦରିଦ୍ର ହୋଇଥା’ନ୍ତି।
୪. ପୂର୍ବ ଓ ଉତ୍ତର ଦିଗରେ ଭାରି ବସ୍ତୁ ରଖିବା ଉଚିତ୍ ନୁହେଁ। ଘର ତିଆରି ସମୟରେ ଉତ୍ତର-ଦକ୍ଷିଣ ପାଚେରିକୁ ସିଧା ତିଆରି କରନ୍ତୁ। ଏପରି କଲେ ଧନଲାଭ ହୋଇଥାଏ।
୫. ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଶୌଚାଳୟ ନିର୍ମାଣ କରନ୍ତୁ ନାହିଁ। ଏହା ସହିତ ଯଦି ଆପଣ ଋଣ କରିଛନ୍ତି, ତେବେ ଏହାର ପ୍ରଥମ କିସ୍ତି ମଙ୍ଗଳବାର ହିଁ ଦିଅନ୍ତୁ। ଏହି ସବୁ ବାସ୍ତୁ ଉପାୟ ଅବଲମ୍ୱନ କଲେ, ଆପଣ ଋଣଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ।
from Odisha Reporter https://ift.tt/2zj31TH
No comments:
Post a Comment