ହାତୀ ଜଗିବାକୁ ଯାଇ ଛେଚା ଖାଇଲେ ବନକର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ହାତୀ ଜଗିବାକୁ ଯାଇ ଛେଚା ଖାଇଲେ ବନକର୍ମଚାରୀ

car

ନୀଳଗିରି(ବିଶ୍ୱମ୍ୱର ଦାସ): ହାତୀ ପାଇଁ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି। ଗ୍ରାମବାସୀଙ୍କ ଆକ୍ରମଣରେ ରେଞ୍ଜରଙ୍କ ସମେତ ୬ ବନକର୍ମଚାରୀ ଆହତ ହୋଇଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଗିଲ୍ଲା ନୀଳଗିରି ଅନ୍ତର୍ଗତ ହାତୀମୁଣ୍ଡା ଗାଁରେ।

ସୂଚନା ଅନୁସାରେ, ଗତ କିଛି ଦିନ ଧରି ନୀଳଗିରି ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି। ଝାଡ଼ଖଣ୍ଡୀ ହାତୀ ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ସେମାନଙ୍କୁ ଘଉଡ଼ାଇବା ପାଇଁ ଗାଁ ଲୋକେ ବାରମ୍ବାର ଦାବି କରି ଆସୁଛନ୍ତି।

ଗତକାଲି ରାତିରେ ନୀଳଗିରି ରେଞ୍ଜରଙ୍କ ସହ ଫରେଷ୍ଟର ଗାର୍ଡ ଓ ଅନ୍ୟ ବନକର୍ମଚାରୀମାନେ ହାତୀମୁଣ୍ଡା ଗାଁକୁ ହାତୀଙ୍କୁ ଜଗିବାକୁ ଯାଇଥିଲେ। ତେବେ ହାତୀଙ୍କୁ ଘଉଡ଼ାଇବା ଗ୍ରାମବାସୀ ଜିଦ୍ ଧରି ବସିଥିଲେ। ହେଲେ ବିଲକୁ ଯାଇ ହାତୀଙ୍କୁ ଘଉଡ଼ା ଯାଇପାରିବ ନାହିଁ ବୋଲି ବନ କର୍ମଚାରୀମାନେ ସେମାନଙ୍କୁ ବୁଝାଇଥିଲେ। କିନ୍ତୁ ଗ୍ରାମବାସୀ ବୁଝି ନଥିଲେ। ଓଲଟି ଉତ୍ତ୍ୟକ୍ତ ଲୋକେ ରେଞ୍ଜର ଏବଂ ଅନ୍ୟ ବନ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏଥିସହ ବନ ବିଭାଗର ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚିବା ପରେ ଲୋକେ ଛତ୍ରଭଙ୍ଗ ଦେଇଥିଲେ। ତେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ହାତୀ ଘଉଡ଼ା କାର୍ଯ୍ୟ ବନ୍ଦ ରହିବ ବୋଲି ଏସିଏଫ୍ କହିଛନ୍ତି।

ଫରେଷ୍ଟର ଉମାକାନ୍ତ ଜେନା କହିଛନ୍ତି,“ଗତକାଲି ଆମେ ହାତୀମୁଣ୍ଡା ଗାଁରେ ହାତୀ ଜଗିଥିଲୁ। ସେତେବେଳେ ଲୋକେ ଆମକୁ କହିଥିଲେ ଯେ ହାତୀ ଜମିରେ ଧାନ ଖାଉଛନ୍ତି, ସେମାନଙ୍କୁ ଘଉଡ଼ାଅ। ବିଲକୁ ଯାଇ ହାତୀଙ୍କୁ ଘଉଡ଼ାଇ ହେବ ନାହିଁ ବୋଲି ଆମେ କହିଥିଲୁ। ଏହା ପରେ ସେମାନେ ଆମକୁ ପିଟାପିଟି କରିଥିଲେ। ପ୍ରାୟ ୬୦ ରୁ ୭୦ ଜଣ ମହିଳା ଓ ପୁରୁଷ ଆସି ଆମକୁ ଆକ୍ରମଣ କରିଥିଲେ। ଏଇଠି କାହିଁ ରହିବ, ପଳାଅ ବୋଲି କହିଥିଲେ।”

ନୀଳଗିରି ଏସିଏଫ୍ ଲକ୍ଷ୍ମଣ କୁମାର ପ୍ରଧାନ କହିଛନ୍ତି,“ହାତୀମୁଣ୍ଡା ଗାଁ ଲୋକେ ପ୍ରଥମେ ଆମକୁ ସହଯୋଗ କରୁଥିଲେ। ହେଲେ ଗତକାଲି ରାତିରେ ଗାଁ ଲୋକେ ଏକତ୍ରିତ ହୋଇ ହାତୀକୁ କାହିଁକି ଏଠାରେ ଚରାଉଛ କହି ବନ କର୍ମଚାରୀଙ୍କୁ ଗାଲିଗୁଲଜ କରିଥିଲେ। ତା’ପରେ ଗାଁଲୋକେ ଲାଇଟ୍ ଜାଳି ହାତୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କଲେ। ତେବେ ବାରଣ କରାଯିବାରୁ ଗାଁର ସ୍ତ୍ରୀ ଓ ପୁରୁଷ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏନେଇ କୌଣସି ପଦକ୍ଷେପ ନିଆ ନଗଲେ, ଆଜିଠାରୁ ଆମର କୌଣସି ଷ୍ଟାଫ୍‌ ହାତୀ ଘଉଡ଼ାଇବାକୁ ଯିବେ ନାହଁ।”



from Odisha Reporter https://ift.tt/2QUmm5v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages