ଅବଧି ପୂର୍ବରୁ ମହିଳା କମିଶନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଲେ ଲୋପାମୁଦ୍ରା , ଏବେ କିଏ ଚର୍ଚ୍ଚାରେ ? ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ଅବଧି ପୂର୍ବରୁ ମହିଳା କମିଶନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଲେ ଲୋପାମୁଦ୍ରା , ଏବେ କିଏ ଚର୍ଚ୍ଚାରେ ? ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଇସ୍ତଫା ଦେଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ଅଧ୍ୟକ୍ଷା ପଦରୁ ଲୋପାମୁଦ୍ରା ବକ୍ସିପାତ୍ର ଆଜି ଇସ୍ତଫା ଦେଇଛନ୍ତି। ଲୋପାମୁଦ୍ରା ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ଜଣାପଡ଼ିଛନ୍ତି। ତେବେ ଅବଧି ୩ବର୍ଷ ପୂରିବା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ତେବେ ଲୋପାମୁଦ୍ରା ଲଗାତାର ଦୁଇଥର ଧରି  ଲୋପାମୁଦ୍ରା ବକ୍ସିପାତ୍ର ଏହି ପଦରେ ଅଭିଷିକ୍ତ ହୋଇଥିଲେ। ପୂର୍ବରୁ ୨୦୧୨ ଡିସେମ୍ବର ୩ରେ ଲୋପାମୁଦ୍ରା ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଥିଲେ ।

ପରେ ୨୦୧୫ରେ ପୁଣିଥରେ ଏହି ପଦରେ ତାଙ୍କୁ ପୁନର୍ବାର ନିଯୁକ୍ତି ମିଳିଥିଲା। ତେବେ କାର୍ଯ୍ୟକାଳ ଅବଧି ପୂର୍ବରୁ ଲୋପାମୁଦ୍ରାଙ୍କ ଇସ୍ତଫା ନେଇ ଭିନ୍ନ ଭିନ୍ନ କଥା ଚର୍ଚ୍ଚା ହେଉଛି।  କୁହାଯାଉଛି ରାଜ୍ୟରେ ଗତ କିଛିବର୍ଷ ହେଲା ମହିଳାଙ୍କ ବିରୋଧରେ ହିଂସା ଓ ଅପରାଧ ବଢ଼ି ଚାଲିଥିବାବେଳେ ମହିଳା କମିଶନ ଆଖିଦୃଶିଆ ପଦକ୍ଷେପ ନେବାରେ ସକ୍ଷମ ହୋଇପାରି ନାହାନ୍ତି। ଏହି କାରଣରୁ ଦଳ ପକ୍ଷରୁ ଏବେ ଜଣେ ଅଭିଜ୍ଞ ଓ ଦକ୍ଷ ନେତ୍ରୀଙ୍କୁ ମହିଳା କମିଶନ ଅଧ୍ୟକ୍ଷା ପଦରେ ଥଇଥାନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା।

ଅନ୍ୟପଟେ ନିର୍ବାଚନ ପାଖେଇ ଆସିଥିବାରୁ ଦଳୀୟ ନେତ୍ରୀକୁ ସନ୍ତୁଷ୍ଟ କରିବା ପାଇଁ ରାଜନୀତିକ ଥଇନାଥ ନେଇ ବିଚାର କରାଯାଉଛି । ସେହି ଦୃଷ୍ଟିରୁ  ବିଜେଡିର ଦୁଇ ଜଣ ନେତ୍ରୀ ଏହି ପଦ ହାତେଇବା ପାଇଁ ଜୋରଦାର ଲବି କରୁଥିବା ଚର୍ଚ୍ଚା ହେଉଛି।  ସୂଚନା ଅନୁସାରେ ମହିଳା କମିଶନ ଅଧ୍ୟକ୍ଷା ପଦ ପାଇଁ ବିଜେଡି ମୁଖପାତ୍ର ସୁଲୋଚନା ଦାସ ଓ ପ୍ୟାନେଲିଷ୍ଟ ସୁଲତା ଦେଓ ଏବେ ଜୋରଦାର ଲବି କରୁଥିବା ଜଣାପଡ଼ିଛି। ହେଲେ ଏହି ପଦ କାହାକୁ ମିଳିବ ସେନେଇ ସ୍ପଷ୍ଟ ହୋଇ ନାହିଁ।



from Odisha Reporter https://ift.tt/2PSohdp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages