ଦୀପବୀର୍‌ଙ୍କ ରିସେପ୍‌ସନ୍‌ରେ କ୍ୟାଟ୍ରିନାଙ୍କୁ ମିଳିଲା ନିମନ୍ତ୍ରଣ ପତ୍ର, ସଲ୍‌ମାନ୍‌ଙ୍କ ସହ ଯିବେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ଦୀପବୀର୍‌ଙ୍କ ରିସେପ୍‌ସନ୍‌ରେ କ୍ୟାଟ୍ରିନାଙ୍କୁ ମିଳିଲା ନିମନ୍ତ୍ରଣ ପତ୍ର, ସଲ୍‌ମାନ୍‌ଙ୍କ ସହ ଯିବେ !

ମୁମ୍ବାଇ:ବଲିଉଡ୍‌ର ଲଭର୍‌ ବୟ ରଣବୀର କପୁରଙ୍କ ପାଇଁ କ୍ୟାଟ୍ରିନା କୈଫ୍‌ ଓ ଦୀପିକା ପାଦୁକୋନ୍‌ଙ୍କ ମତାନ୍ତର କିଏ ବା ନଜାଣେ। କିନ୍ତୁ ଯାହା ଜଣାପଡ଼ୁଛି ଏବେ ସେମାନଙ୍କ ମଧ୍ୟରେ ସବୁ କିଛି ଠିକ୍‌ ହୋଇଯାଇଛି। ରିପୋର୍ଟ ମୁତାବକ ଡିସେମ୍ବର ୧ରେ ମୁମ୍ବାଇରେ ହେଉଥିବା ରିସେପ୍‌ସନ୍‌ ପାର୍ଟିରେ ଦୀପ୍‌ବୀର କ୍ୟାଟ୍ରିନାଙ୍କୁ ନିମନ୍ତ୍ରଣ କରିଛନ୍ତି। ଏଥିରୁ ଜଣାପଡ଼ୁଛି ଦୁହିଁଙ୍କ ମଧ୍ୟରେ ସବୁ ତିକ୍ତତା ଦୂର ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ବନ୍ଧୁମାନଙ୍କ ପାଇଁ ମୁମ୍ବାଇରେ ବିବାହ ଭୋଜିର ଆୟୋଜନ କରିଛନ୍ତି ରଣବୀର ଏବଂ ଦୀପିକା।

ଏହି ପାର୍ଟିରେ ବଲିଉଡ୍‌ର ବହୁ ନାମୀ-ଦାମୀ କଳାକାର ଯୋଗ ଦେବାର ଅଛି। ପାର୍ଟିରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ମଧ୍ୟ ଯୋଗ ଦେବେ ବୋଲି ସୂଚନା ମିଳିବା ପରେ ସେ କାହା ସହ ଆସିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।ଏକଥା ବି ଜଣା ପଡ଼ିଛି ଯେ, ନିମନ୍ତ୍ରଣ ପତ୍ର ମିଳିବା ପରେ ସେ ସଲମାନଙ୍କୁ ନିଜ ସହ ଯିବା ପାଇଁ ପଚାରିଥିଲେ ।

କୁହାଯାଉଛି କ୍ୟାଟ୍ରିନାଙ୍କ ସହ ସଲମାନ୍‌ ଏବଂ ଅଲ୍ଲୀ ଅବାସ ଜଫର ଦୀପ୍‌ବୀରଙ୍କ ବିବାହ ଭୋଜିକୁ ଯାଇପାରନ୍ତି। ସୂଚନା ମୁତାବକ ଦୀପିକାଙ୍କ ସହ ରଣବୀର ମଧ୍ୟ କ୍ୟାଟ୍ରିନାଙ୍କୁ  ବ୍ୟକ୍ତିଗତ ମେସେଜ୍‌ କରି ନିମନ୍ତ୍ରଣ କରିଛନ୍ତି।



from Odisha Reporter https://ift.tt/2r9IzRO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages