ବିଜେପି ନେତାଙ୍କୁ ଗୁଳି କରି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

anil

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କିସ୍ତାୱାଡ଼ରେ ବିଜେପିର ଜଣେ ନେତା ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେମାନେ ହେଲେ ଅନୀଲ ପରିହାର ଓ ତାଙ୍କ ଭାଇ ଅଜିତ ପରିହାର। ଅନୀଲ ଜମ୍ମୁ ଓ କାଶ୍ମୀର ବିଜେପିର ସଂପାଦକ ଥିଲେ। ଏହି ଘଟଣା ପରେ ସେଠାରେ ହିଂସାକାଣ୍ଡ ଘଟିବାରୁ ପୁଲିସ୍ କର୍ଫ୍ୟୁ ଜାରି କରିଛି।

ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ବେଳେ ଦୁଇ ଭାଇ ସେମାନଙ୍କ ଦୋକାନରୁ ଘରକୁ ଫେରୁଥିବା ବେଳେ ଏକ ବାଇକରେ ଦୁଇ ଅଜଣା ବ୍ୟକ୍ତି ଆସି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଦୁର୍ବୃତ୍ତମାନେ ପ୍ରଥମେ ଅନୀଲଙ୍କ ଉପରକୁ ଗୁଳି ଚଳାଇଥିଲେ। ପରେ ତାଙ୍କ ଭାଇ ଅଜିତଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ।

ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଏହାପରେ କିସ୍ତାୱାଡ଼ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଥାନା ଓ ଜିଲ୍ଲା ହସ୍‌ପିଟାଲ୍‌ ଉପରେ ଆକ୍ରମଣ କରିଥିଲେ। ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପୁଲିସ୍‌କୁ କର୍ଫ୍ୟୁ ଜାରି କରିବାକୁ ପଡ଼ିଥିଲା।

ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଆଜି ସୁଦ୍ଧା ଅଭିଯୁକ୍ତଙ୍କ ସଂପର୍କରେ କିଛି ଜଣାପଡ଼ି ନାହିଁ।

ଏହି ଘଟଣାକୁ ନେଇ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଦୁଃଖ ପ୍ରକାଶ କରିଛନ୍ତି। ସେହିପରି ରାଜ୍ୟ ବିଜେପି ଅଧ୍ୟକ୍ଷ ରବିନ୍ଦର ରାଣା ବି ଦୁଃଖ ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2zhqRPC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages