ଘରେ ପ୍ଲାଷ୍ଟିକ୍‌ ଫୁଲ ରଖିବା ଅଶୁଭ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ଘରେ ପ୍ଲାଷ୍ଟିକ୍‌ ଫୁଲ ରଖିବା ଅଶୁଭ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବହୁ ବ୍ୟକ୍ତି ଘରେ ପ୍ଲାଷ୍ଟିକ୍‌ ଫୁଲ ଓ ଗଛ ରଖିଥା’ନ୍ତି। ଏପରି କୃତ୍ରିମ ଫୁଲ ରଖିବା ଦ୍ୱାରା ଘରର ସୌନ୍ଦର୍ଯ୍ୟ ବଢ଼ିଥାଏ ସତ, କିନ୍ତୁ ଏହା ଦ୍ୱାରା ପରିବାରର ଅନେକ କ୍ଷତି ମଧ୍ୟ ହୋଇଥାଏ। ଆଜ୍ଞା ହଁ, ବାସ୍ତୁଶାସ୍ତ୍ରରେ ଏ ସମ୍ପର୍କରେ ବିସ୍ତୃତ ଭାବେ କୁହାଯାଇଛି।

ବାସ୍ତୁ ଶାସ୍ତ୍ର ଅନୁସାରେ, ପ୍ଲାଷ୍ଟିକ୍‌ ଫୁଲ କିମ୍ୱା ଗଛ ଘରେ ରଖିବା ଦ୍ୱାରା ଅଶୁଭ ଫଳ ମିଳିଥାଏ। ଏପରି ସାମଗ୍ରୀ ରଖିଲେ, ଘରେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥା’ନ୍ତି। ଏହା ଦ୍ୱାରା ଘରର ଖୁସି ମଧ୍ୟ ନଷ୍ଟ ହୋଇଥାଏ।

ବାସ୍ତୁ ଶାସ୍ତ୍ରରେ କୁହାଯାଇଛି, ଘରେ ପ୍ଲାଷ୍ଟିକ୍‌ ଫୁଲ ବା ଗଛ ରଖିଲେ, ପରିବାର ସଦସ୍ୟଙ୍କ ମଧ୍ୟରେ କଥା କଥାରେ କଳହ ହୁଏ ଏବଂ ଆପଣ ଘର ଲୋକଙ୍କ ଅପେକ୍ଷା ବାହାର ଲୋକଙ୍କ ଉପରେ ଅଧିକ ବିଶ୍ୱାସ କରିଥା’ନ୍ତି।
ଏପରିକି ବେଡ୍‌ ରୁମ୍‌ରେ ପ୍ଲାଷ୍ଟିକ୍‌ ଫୁଲ ରଖିଲେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥାଏ।

ବାସ୍ତୁ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି, ଘରେ ଶୁଖିଲା ଫୁଲ ବି ରଖନ୍ତୁ ନାହିଁ। ଶୁଖିଲା ଫୁଲରୁ ଘରେ ମୃତ ଶକ୍ତି ଉତ୍ପନ୍ନ ହୋଇଥାଏ। ସେଥିପାଇଁ ଘରେ ସବୁବେଳେ ସତେଜ ଫୁଲ ହିଁ ରଖନ୍ତୁ। ସତେଜ ଫୁଲ ଘରେ ରଖିଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହା ଦ୍ୱାରା ସକାରାତ୍ମକ ଶକ୍ତି ସୃଷ୍ଟି ହେବା ସହ ଘରେ ସୁଖଶାନ୍ତିର ବାତାବରଣ ରହିଥାଏ।
ଏହା ସହ ଆପଣଙ୍କ ନିଜ ମନ ମଧ୍ୟ ଶାନ୍ତ ଓ ପ୍ରଫୁଲ୍ଲ ରହିଥାଏ।



from Odisha Reporter https://ift.tt/2DOb4ws

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages