ଉପକୂଳ ଛୁଇଁଲା ‘ଗଜ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ଉପକୂଳ ଛୁଇଁଲା ‘ଗଜ’

gaja

ଚେନ୍ନାଇ: ଆଶା, ଆଶଙ୍କା ଓ ସତର୍କତା ମଧ୍ୟରେ ଉପକୂଳ ଛୁଇଁଛି ସାମୁଦ୍ରିକ ଝଡ଼ ‘ଗଜ’। ଆଜି ଭୋର ସମୟରେ ତାମିଲନାଡୁର ନାଗାପାଟିନମ୍‌ରେ ଉପକୂଳ ଛୁଇଁଥିଲା ‘ଗଜ’।

ଉପକୁଳ ଛୁଁଇବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ ଥିଲା। ଏହାର ପ୍ରଭାବରେ ବର୍ଷାର ମାତ୍ରା ଅଧିକ ହୋଇଥିଲା।

ବେଦାରଣୟମ୍‌ରେ ଉପକୂଳ ଛୁଁଇଲା ବେଳେ ମଧ୍ୟ ଗର୍ଜି ଥିଲା ‘ଗଜ’। ଆସନ୍ନ ବିପଦକୁ ଆଖି ଆଗରେ ରଖି ଗୁରୁବାର ହିଁ ତଟବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।

‘ଗଜ’ର ମୁକାବିଲା ପାଇଁ ପୂର୍ବରୁ ରାଜ୍ୟ ସରକାର ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲାର ପ୍ରାୟ ୬୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ।

 



from Odisha Reporter https://ift.tt/2B9MtzD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages