
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଚାଷୀଙ୍କୁ ରାଜଧାନୀ ମନା କଲେ, ନେତାଙ୍କୁ ଗାଁ ମନା କରାଯିବ’। ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଆନ୍ଦୋଳନ କରୁଥିବା ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହି ଚେତାବନୀ ଦେଇଛନ୍ତି। ଏପରିକି ରାଜ୍ୟ ସରକାରଙ୍କ ଉପରେ ସେ ବର୍ଷିଛନ୍ତି।
ସେ କହିଛନ୍ତି-“୩୬ ଲକ୍ଷ ଚାଷୀଙ୍କ ପାଇଁ ଚାଷୀ ସୁରକ୍ଷା ଭତ୍ତା ବାବଦକୁ ୨୧୬୦୦ କୋଟି ଟଙ୍କା ପାଇଁ ରାଜ୍ୟ ସରକାର ଅଡିନାନ୍ସ ଜାରି କରନ୍ତୁ ବୋଲି ଦାବି କରିଥିଲୁ। ମାତ୍ର ରାଜ୍ୟ ସରକାର ତାହା କଲେ ନାହିଁ। ବରଂ ରାଜଧାନୀକୁ ଯାଉଥିବା ଚାଷୀଙ୍କୁ ରାସ୍ତାରେ ଅଟକାଇଲେ। ଭତ୍ତା ନଦେବା ପର୍ଯ୍ୟନ୍ତ ଜିଲ୍ଲା, ବ୍ଲକ, ତହସିଲ ଓ ଗାଁରେ ଅସହଯୋଗ ଆନ୍ଦୋଳନ କରାଯିବ। ଆଉ ତା’ପରେ ସରକାର ଜାଣିପାରିବେ ରାଜଧାନୀରେ ଲାଗିଥିବା ନିଆଁ ଗାଁ ଗାଁରେ ପହଞ୍ଚି ସାରିଛି।”
ଆନ୍ଦୋଳନର ରୂପରେଖ ନେଇ ଅକ୍ଷୟ କୁମାର କହିଛନ୍ତି-“ବିଭିନ୍ନ ଉପାୟରେ ଆନ୍ଦୋଳନ କରାଯିବ। ଆଉ ରାସ୍ତାରେ ସତ୍ୟାଗ୍ରହ କରାଯିବ ନାହିଁ। ପ୍ରତି ଗାଁରେ ଅଫିସର ଓ ନେତାଙ୍କୁ ବିରୋଧ କରାଯିବ। କ’ଣ ପାଇଁ ଆସିଛ ବୋଲି ପଚରାଯିବ? ବ୍ଲକ, ଥାନା ଓ ତହସିଲ ଅଫିସ ଘେରାଉ କରାଯିବ। ରାଜ୍ୟ ସରକାରଙ୍କୁ ହରଡ଼ ଘଣାରେ ପକାଇବା ପାଇଁ ଆମେ ବ୍ୟବସ୍ଥା କରିବୁ। ଚାଷୀ ଆନ୍ଦୋଳନର ପ୍ରଭାବ ଆଗାମୀ ନିର୍ବାଚନରେ ନିଶ୍ଚୟ ପଡ଼ିବ।”
from Odisha Reporter https://ift.tt/2PamBw9
No comments:
Post a Comment