
ଇସ୍ଲାମାବାଦ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଏବେ ନୂଆ ଟୁଇଷ୍ଟ୍ ଆସିଛି। ଆଗକୁ ହେବାକୁ ଥିବା ସାର୍କ ସମ୍ମିଳନୀରେ ଯୋଗଦେବାକୁ ପାକିସ୍ତାନର କ୍ଷମତାସୀନ ଇମ୍ରାନ୍ ଖାନ୍ ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସ୍ଲାମାବାଦ ଆସିବାକୁ ନିମନ୍ତ୍ରଣ କରିବ। ଏନେଇ ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
୨୦୧୬ରେ ସାର୍କ ସମ୍ମିଳନୀ ପାକିସ୍ତାନରେ ହେବାର ଥିଲା। କିନ୍ତୁ ଭାରତ ଏହାକୁ ବୟକଟ୍ କରିଥିଲା। ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବାରୁ ଭାରତ ଇସ୍ଲାମାବାଦ ଯିବନାହିଁ ବୋଲି କହିଥିଲା। ଭାରତର ଏଭଳି ଆଭିମୁଖ୍ୟ ପରେ ଆଫ୍ଗାନିସ୍ତାନ, ବାଂଲାଦେଶ ଓ ଭୁଟାନ ମଧ୍ୟ ସାର୍କ ସମ୍ମିଳୀକୁ ଯିବେ ନାହିଁ ବୋଲି କହିଥିଲେ। ଏହାପରେ ଏହି ସମ୍ମିଳନୀକୁ ବାତିଲ କରାଯାଇଥିଲା।
ଏଥର ପୁଣି ପାକିସ୍ତାନରେ ସାର୍କ ସମ୍ମିଳନୀ ହେବ। ତେଣୁ ପାକିସ୍ତାନ ସରକାର ମୋଦିଙ୍କୁ ଯୋଗ ଦେବାକୁ ନିମନ୍ତ୍ରଣ କରିବ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2FJAtcE
No comments:
Post a Comment