କ୍ରିକେଟ୍‌ର ଏହି ଦମ୍ପତି ପ୍ରଥମଥର ପାଇଁ କଲେ ଏମିତି ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

କ୍ରିକେଟ୍‌ର ଏହି ଦମ୍ପତି ପ୍ରଥମଥର ପାଇଁ କଲେ ଏମିତି ରେକର୍ଡ

ମେଲବର୍ଣ୍ଣ: କ୍ରିକେଟ୍‌ରେ ଅନେକ ରେକର୍ଡ ସୃଷ୍ଟି ହୋଇଥାଏ। କିନ୍ତୁ ବର୍ତ୍ତମାନ ଏକ କ୍ରିକେଟର ଦମ୍ପତି କୌଣସି ବିଶ୍ୱ ରେକର୍ଡ କରିଥିବା କଥା ବୋଧେ ଆପଣ କେବେ ଶୁଣି ନଥିବେ। ବିଶ୍ୱର ପ୍ରଥମ ଦମ୍ପତି ଭାବେ ଅଷ୍ଟ୍ରେଲିଆ ପୁରୁଷ ଟିମ୍‌ର ମିଚେଲ୍‌ ଷ୍ଟାର୍କ ଓ ମହିଳା ଟିମ୍‌ର ଆଲୟସା ହେଲି ଆଇସିସି ବିଶ୍ୱକପ୍‌ ଟୁର୍ନାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ପାଇଛନ୍ତି।

ଆଲୟସା ନିକଟରେ ଶେଷ ହୋଇଥିବା ମହିଳା ଟି-୨୦ ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି। ସେ ଟୁର୍ଣ୍ଣାମେଣ୍ଟ୍‌ରେ ୨୨୫ ରନ୍‌ କରିଥିବାରୁ ଆଇସିସି ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

ସେହିପରି ଷ୍ଟାର୍କ ୨୦୧୫ ପୁରୁଷ ବିଶ୍ୱକପ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଷ୍ଟାର୍କ ୨୨ଟି ୱିକେଟ୍‌ ନେଇଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଥିଲା। ଏଥିସହ ଉଭୟ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ହିଁ ବିଜୟୀ ହୋଇଥିଲା। ହୁଏତ ଗୋଟିଏ ନିର୍ଦ୍ଦିଷ୍ଟ ଖେଳରେ ଏମିତି ରେକର୍ଡ ଆଉ କୌଣସି ଦମ୍ପତି କରି ନଥିବେ।



from Odisha Reporter https://ift.tt/2PXb0kE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages