ଦଳ ଗଢ଼ିବେ ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ଦଳ ଗଢ଼ିବେ ଦାମ

dama

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟରର): ନୂଆ ଆଞ୍ଚଳିକ ଦଳ ଗଠନ କରିବେ ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ତଥା ବିଧାୟକ ଦାମୋଦର ରାଉତ। ଦଳ ଗଠନ ନେଇ ସେ ଆଜି ସଙ୍କେତ ଦେଇଛନ୍ତି।

ସେ କହିଛନ୍ତି, “ଦୁର୍ନୀତି, ଭ୍ରଷ୍ଟାଚାର, ଅପଶାସନ ବିରୋଧରେ ଦଳ ଗଢ଼ା ହେବ। ଆସନ୍ତା ୯ ଓ ୧୦ରେ ଏ ନେଇ ବୈଠକରେ ଆଲୋଚନା ହେବ। ୧୧ ବା ୧୨ ତାରିଖରେ ଏ ବାବଦରେ ସ୍ପଷ୍ଟ ସୂଚନା ଦିଆଯିବ।”

ଦାମ କହିଛନ୍ତି, “ବିଜୁ ବାବୁଙ୍କ ଆଦର୍ଶ ପରିପନ୍ଥୀ କାମକୁ ପ୍ରତିହତ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଜୁଙ୍କ ନାଁରେ ଦଳ ଗଠନ ପାଇଁ ଆଲୋଚନାରେ ପ୍ରସ୍ତାବ ଦେବି।”

ସେ କହିଛନ୍ତି,“ନୂଆ ଆଞ୍ଚଳିକ ଦଳ ହେଲେ କାହା ସହ ଗଠବନ୍ଧନ କରିବନି।” ବୈଜୟନ୍ତ ପଣ୍ଡାଙ୍କୁ ଦଳରେ ରଖିବା ପାଇଁ ସେ ଆଗ୍ରହୀ ବୋଲି କହିଛନ୍ତି।

ତେବେ ଆଞ୍ଚଳିକ ଦଳ ଗଠନରେ ସରକାର ବାଧକ ସାଜୁଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“ସରକାର ଆମ ନେତାଙ୍କ ଭିତରେ ବିଭେଦ ପାଇଁ ଉଦ୍ୟମ କରୁଛନ୍ତି।”

ଦାମ ଆହୁରି କହିଛନ୍ତି,“ଏଠି ସରକାର କହିଲେ ପାଣ୍ଡିଆନଙ୍କୁ ବୁଝାଏ।”



from Odisha Reporter https://ift.tt/2OuCich

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages