
ନୂଆଦିଲ୍ଲୀ: ବଂଶବାଦ ରାଜନୀତିକୁ ନେଇ ପୁଣି ରାହୁଲଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି, ରାହୁଲ ‘ଗାନ୍ଧି’ ସାଙ୍ଗିଆ ନଥିଲେ ସେ ଜଣେ ଜିଲ୍ଲା ସଭାପତି ମଧ୍ୟ ହୋଇପାରିବେନି।
ସେ ଏହି ଅବସରରେ କହିଛନ୍ତି, “କଂଗ୍ରେସ ଏତେ ପୂରୁଣା ଦଳ ହୋଇ ମଧ୍ୟ ରାହୁଲ ଗାନ୍ଧି ବର୍ତ୍ତମାନ ଏହାର ଅଧ୍ୟକ୍ଷ ଦାୟିତ୍ୱରେ। ପୂର୍ବରୁ ଜବାହରଲାଲ ନେହରୁ ଏବଂ ସର୍ଦ୍ଦାର ପଟେଲଙ୍କ ପରି ବହୁ ପ୍ରସିଦ୍ଧ ବ୍ୟକ୍ତି ଏହି ଦାୟିତ୍ୱ ତୁଲାଇ ସାରିଛନ୍ତି, ଯେଉଁମାନଙ୍କର ଦଳପ୍ରତି ବହୁତ ଅବଦାନ ରହିଛି। କିନ୍ତୁ ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯଦି ସେ (ରାହୁଲ) ଗାନ୍ଧି ପରିବାରରେ ଜନ୍ମ ନହୋଇଥାଆନ୍ତେ, ସେ ଜିଲ୍ଲା ମୁଖ୍ୟ ମଧ୍ୟ ହୋଇପାରିନଥାନ୍ତେ।”
ସେ ଆହୁରି ମଧ୍ୟ କହିଛନ୍ତି, ରାଜସ୍ଥାନରେ ସେ କୌଲ ବ୍ରାହ୍ମଣ ଏବଂ ଗୁଜରାଟରେ ଶିବଭକ୍ତ। ଭାରତରେ ସମସ୍ତଙ୍କର ନିଜ ନିଜ ବିଶ୍ୱାସକୁ ନେ ବଞ୍ଚିବାର ଅଧିକାର ରହିଛି। କିନ୍ତୁ ଇନ୍ଦିରା ଗାନ୍ଧି କିମ୍ବା ରାଜୀବ ଗାନ୍ଧି ଏପରି କେବେ କହିଥିବାର କେହି ଶୁଣିଛନ୍ତି କି ? ରାହୁଲ ଏପରି କହିବାର କାରଣ ତାଙ୍କୁ ପ୍ରସଙ୍ଗ ବାବଦରେ କହିଆସେନି।
from Odisha Reporter https://ift.tt/2P8okNH
No comments:
Post a Comment