ଯୌତୁକ ପାଇଁ ବୋହୂକୁ ପୋଡ଼ି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ଯୌତୁକ ପାଇଁ ବୋହୂକୁ ପୋଡ଼ି ଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଯୌତୁକ ପାଇଁ ବୋହୂକୁ ପୋଡ଼ି ମାରିଦେଇଥିବା ଅଭିଯୋଗ। ଭୁବନେଶ୍ୱର ନନ୍ଦନକାନନ ଥାନା ଅଞ୍ଚଳରେ ଏହି ବଧୂ ହତ୍ୟା ଅଭିଯୋଗ ଆସିଛି। ମୃତ ମହିଳା ଜଣକ ହେଲେ ଆଶିଷ ପଢିଆରୀଙ୍କ ପତ୍ନୀ ରଶ୍ମି ପଢ଼ିଆରୀ। ନନ୍ଦନକାନନ ଥାନା ଅନ୍ତର୍ଗତ ଗୋକୁନପୁରରେ ଏହି ଘଟଣା ଘଟିଛି। ଅଧିକ ଯୌତୁକ ଦାବି କରି ଶାଶୁ ଘରଲୋକେ ଝିଅକୁ ନିଆଁରେ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଇଛି।

ମହିଳାଙ୍କ ଭାଇ ଲକ୍ଷ୍ମଣ ଅଭିଯୋଗ କରିଛନ୍ତି ଯେ, ବାହାଘର ବେଳେ ଆମେ ଯାନି ଯୌତୁକ ଦେଇ ଝିଅକୁ ବିଦା କରିଥିଲରୁ। ଏହା ସତ୍ତ୍ୱେ ଶାଶୁଘର ଲୋକେ କିଛି ପଇସା ପାଇଁ ଦାବି କରୁଥିଲେ।ଏମିତି କି ମୋ ଭଉଣୀକୁ ତୁମର କେତେ ସମ୍ପତ୍ତି ଅଛି ବୋଲି ପଚାରୁଥିଲେ। ଏନେଇ ସେମାନେ ବାରମ୍ବାର ମୋ ଭଉଣୀଙ୍କୁ ଉଭୟ ଶରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ।

ଆଉ ଶେଷରେ ଗତକାଲି ସେମାନେ ମୋ ଭଉଣୀକୁ ପୋଡ଼ି ମାରିଦେଇଥିବା ଲକ୍ଷ୍ମଣ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ପୁଲିସ ତଦନ୍ତ ଆରମ୍ଭ କରିଛି । ପୁଲିସ ମୃତ ଦେହ ଜବତ କରିବା ସହ ତାଙ୍କ ସ୍ୱାମୀ, ଶ୍ୱଶୁର, ଶାଶୁଙ୍କୁ ଅଟକ ରଖି ଜେରା କରୁଛି।



from Odisha Reporter https://ift.tt/2JTSinz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages