ନକ୍ସଲଙ୍କ ବନ୍ଦ ଡାକରାକୁ ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ନକ୍ସଲଙ୍କ ବନ୍ଦ ଡାକରାକୁ ବିରୋଧ

maouuu

ମାଲକାନଗିରି/କୋରାପୁଟ (ଓଡ଼ିଶା ରିପୋର୍ଟର): ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ନକ୍ସଲମାନେ ଦେଇଥିବା ବନ୍ଦ ଡାକରାକୁ ବିରୋଧ କରାଯାଇଛି। ଉଭୟ ଜିଲ୍ଲାରେ ବନ୍ଦକୁ ବିରୋଧ କରି ପୋଷ୍ଟର୍ ଲାଗିଛି।

ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଟେକାଗୁଡାରେ ନକ୍ସଲ ବିରୋଧୀ ପୋଷ୍ଟର ଲାଗିଛି। ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି।

ସେହିପରି କୋରାପୁଟ ଜିଲ୍ଲାର ନନ୍ଦପୁର ନିକଟ ହାତିବାରୀରେ ନକ୍ସଲଙ୍କ ବିରୋଧରେ ଏକାଧିକ ପୋଷ୍ଟର୍ ଲାଗିଛି। ମାଓବାଦୀ ହେଉଛନ୍ତି ଅଦିବାସୀଙ୍କ ହତ୍ୟାକାରୀ, ସେମାନେ ଲୋକଙ୍କୁ ହଇରାଣ ଓ ଗୁଣ୍ଡାଗର୍ଦ୍ଦି କରୁଛନ୍ତି। ହିଂସାକାଣ୍ଡ ଘଟାଇ ବିକାଶ ଧାରାକୁ ପ୍ରତିରୋଧ କରୁଛନ୍ତି” ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

ଏନକାଉଣ୍ଟରରେ ୫ଜଣ ନକ୍ସଲଙ୍କ ମୃତ୍ୟୁ ପ୍ରତିବାଦରେ ଆଜି ନକ୍ସଲମାନେ ଏହି ବନ୍ଦ ଡାକରା ଦେଇଛନ୍ତି।

ଅନ୍ୟପକ୍ଷରେ ନକ୍ସଲଙ୍କ ବନ୍ଦ ଡାକରାର ପ୍ରଭାବ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ଜିଲ୍ଲାରେ ସରକାରୀ ଗାଡ଼ି ଚଳାଚଳ ବନ୍ଦ ରହିଛି। କିଛି ଘରୋଇ ଗାଡ଼ି ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ସରକାରୀ ବସ୍ ବନ୍ଦ ଥିବାରୁ ଯାତ୍ରୀମାନେ ନାନା ହନ୍ତସନ୍ତ ହୋଇଛନ୍ତି।

ଏହାସହ ମାଡକାପଦରରେ ପୋଷ୍ଟର ଲଗାଇ ନକ୍ସଳମାନେ କିଛି ଲୋକଙ୍କୁ ଧମକ ଦେଇଛନ୍ତି। ବିଭିନ୍ନ ଉନ୍ନୟନମୂଳକ କାମ ଠିକ୍‌ରେ ହେଉ ନ ଥିବାରୁ ସେହି ଲୋକଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେବାକୁ ପୋଷ୍ଟରରେ ଧମକ ଦିଆଯାଇଛି।



from Odisha Reporter https://ift.tt/2Qbd6MW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages