ନିଜ ବାହାଘରକୁ କୌଣସି ବଲିଉଡ୍‌ ଷ୍ଟାର୍‌ଙ୍କୁ ଡାକିବେନି ପ୍ରିୟଙ୍କା!  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ନିଜ ବାହାଘରକୁ କୌଣସି ବଲିଉଡ୍‌ ଷ୍ଟାର୍‌ଙ୍କୁ ଡାକିବେନି ପ୍ରିୟଙ୍କା! 

ମୁମ୍ବାଇ: ‘ବି’-ଟାଉନ୍‌ରେ ଏବେ ବଲିଉଡ୍‌ ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ଙ୍କ ବାହାଘରକୁ ନେଇ ଚର୍ଚ୍ଚା। ଦୁହେଁ ନିଜ ବାହାଘର ପାଇଁ ପ୍ରସ୍ତୁତି ବି ଆରମ୍ଭ କରିଦେଲେଣି।

ପ୍ରିୟଙ୍କା ନିକଟରେ ନିଜ ବିବାହ ପୂର୍ବର ପାର୍ଟି ମଧ୍ୟ ଆୟୋଜନ କରିଥିଲେ। ଏବେ ସେ ନେଦର୍‌ଲ୍ୟାଣ୍ଡ୍‌ର କ୍ୟାପିଟାଲ୍‌ ଆମ୍‌ଷ୍ଟର୍‌ଡାମ୍‌ରେ ବ୍ୟାଚଲରେଟ୍‌ ସେଲିବ୍ରେଟ୍ କରୁଛନ୍ତି। ବଲିଉଡ୍‌ରୁ ଭିନ୍ନ ଫ୍ରେଣ୍ଡ୍‌ ସର୍କଲ୍ ସହ ସେ ଏବେ ପାର୍ଟି କରିବାରେ ବ୍ୟସ୍ତ। ଏସବୁ ଭିତରେ ଖବର ମିଳିଛି, ପ୍ରିୟଙ୍କା ନିଜ ବାହାଘରକୁ କୌଣସି ବି ବଲିଉଡ୍‌ ଷ୍ଟାର୍‌ଙ୍କୁ ଡାକିବେ ନାହିଁ।

ପୂର୍ବରୁ ଶୁଣିବାକୁ ମିଳୁଥିଲା, ପ୍ରିୟଙ୍କା ବାହାଘରକୁ ସଲମାନ୍‌ ଖାନ୍‌, ରଣଭୀର କପୁର, ଆଲିଆ ଭଟ୍ଟ, କ୍ୟାଟ୍‌ରିନା କୈଫ୍‌, ଫରହାନ୍ ଅକ୍‌ତର୍‌ ଓ ସିଦ୍ଧାର୍ଥ ରାୟ କପୁରଙ୍କୁ ନିମନ୍ତ୍ରଣ ଦେବେ। ହେଲେ ଏବେ କୁହାଯାଉଛି ଯେ ପ୍ରିୟଙ୍କା ଓ ନିକ୍‌ ତାଙ୍କ ବାହାଘରକୁ କେବଳ ପରିବାରଲୋକ ଓ କିଛି ନକଟତର ବନ୍ଧୁଙ୍କୁ ହିଁ ଆମନ୍ତ୍ରଣ କରିବେ।

ସୂଚନା ମୁତାବକ, ନିଜ ବିବାହର ସଙ୍ଗୀତ୍‌ ସେରିମନିକୁ ଖାସ୍‌ କରିବା ପାଇଁ ସେ କିଛି ସ୍ପେଶାଲ ପ୍ଲାନ୍‌ କରିଛନ୍ତି। ପ୍ରିୟଙ୍କା ଓ ନିକ୍‌ଙ୍କ ସଙ୍ଗୀତ୍‌ ସେରିମନି ୩୦ ତାରିଖରେ ହେବ। ଦୁହେଁ ଏଥିରେ ଉଭୟଙ୍କ ଡ୍ୟାନ୍ସ ପର୍ଫମାନ୍ସର ଅଭ୍ୟାସ କରୁଛନ୍ତି। ଏଥିସହ ନିକ୍‌ ମଧ୍ୟ ନିଜ ଟ୍ରୁପ୍‌ ସହ ଏକ ସ୍ପେଶାଲ ପର୍ଫମାନ୍ସ ଦେବେ। ଏହି ସେରିମନି ୪୫ ମିନିଟ୍‌ର ରହିବ, ଏଥିରେ ସେ ପ୍ରିୟଙ୍କାଙ୍କ ପାଇଁ ଲଭ୍ ସଙ୍ଗସ୍ ଗାଇବେ। ଇଭେଣ୍ଟ୍‌ ଅର୍ଗନାଇଜର୍ସଙ୍କୁ ଏହି ସ୍ପେଶାଲ୍‌ ପର୍ଫମାନ୍ସ ସମ୍ପର୍କରେ ଆଗରୁ କୁହା ସରିଛି।

ଏସବୁ ବାଦ୍‌ ଖବର ମିଳିଛି, ପ୍ରିୟଙ୍କା ଥରେ ନୁହେଁ ଦୁଇ ଥର ବାହା ହେବେ। ଥରେ ହିନ୍ଦୁ ଧର୍ମ ଅନୁଯାୟୀ ଓ ଦ୍ୱିତାୟ ଥର ଖ୍ରୀଷ୍ଟିୟାନ ଧର୍ମ ଅନୁଯାୟୀ ସେ ବିବାହ କରିବେ। ପ୍ରିୟଙ୍କା ଓ ନିକ୍‌ଙ୍କ ୱେଡିଂ ସେରିମନି ନଭେମ୍ବର ୩୦ରୁ ଡିସେମ୍ବର ୨ ଯାଏ ଯୋଧପୁରରେ ଚାଲିବ।



from Odisha Reporter https://ift.tt/2qun39Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages