ବିରାଟ୍‌ଙ୍କୁ ମୁକାବିଲା ଚିନ୍ତା: ଅଣ୍ଟା ଭିଡ଼ିଲେ ସ୍ମିଥ ଓ ୱାର୍ଣ୍ଣର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ବିରାଟ୍‌ଙ୍କୁ ମୁକାବିଲା ଚିନ୍ତା: ଅଣ୍ଟା ଭିଡ଼ିଲେ ସ୍ମିଥ ଓ ୱାର୍ଣ୍ଣର

ଆଡିଲେଡ୍‌: ଆସନ୍ତା ଡିସେମ୍ବର ୬ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତୀକ୍ଷିତ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଡିଲେଡ୍‌ରେ ଆରମ୍ଭ ହେବ। ଅଷ୍ଟ୍ରେଲିଆରେ କେବେ ଟେଷ୍ଟ୍‌ ସିରିଜ୍‌ ଜିତି ନଥିବା ଟିମ୍‌ ଇଣ୍ଡିଆ ଏଥର ଇତିହାସକୁ ବଦଳାଇବାର ଲକ୍ଷ୍ୟ ରଖିଛି। ଅଷ୍ଟ୍ରେଲିଆ ଦଳରେ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ ଓ ଡେଭିଡ୍‌ ୱାର୍ଣ୍ଣର ନଥିବାରୁ କଙ୍ଗାରୁ ଟିମ୍‌ ବିରାଟ୍‌ ବାହିନୀଙ୍କୁ କେମିତି ମୁକାବିଲା କରିବ, ତାକୁ ନେଇ ଚିନ୍ତା ଲାଗି ରହିଛି। ତେବେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କୁ କେମିତି କାଉଣ୍ଟର କରାଯିବ, ସେନେଇ ସ୍ମିଥ ଓ ୱାର୍ଣ୍ଣର ଅଣ୍ଟା ଭିଡ଼ିଛନ୍ତି।

ଉଭୟ ବଲ୍‌ ଟାମ୍ପରିଂ କରିବା ଘଟଣାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବାସନ୍ଦ ହୋଇଛନ୍ତି। କିନ୍ତୁ ଏବେ ଉଭୟ କ୍ରିକେଟ୍‌ ଅଷ୍ଟ୍ରେଲିଆର ବୋଲରଙ୍କୁ ଟ୍ରେନିଂ ଦେବା ଆରମ୍ଭ କରିଛନ୍ତି। ବିଶେଷ କରି ଟେଷ୍ଟ ମ୍ୟାଚ୍‌ରେ ବିରାଟ୍‌ଙ୍କୁ କେମିତି ବାନ୍ଧି ରଖି ହେବ, ସେ ନେଇ ସ୍ମିଥ ଓ ୱାର୍ଣ୍ଣର କଙ୍ଗାରୁ ବୋଲରଙ୍କୁ ସ୍ୱତନ୍ତ୍ର ଭାବେ ନେଟ୍‌ସରେ ତାଲିମ ଦେଉଛନ୍ତି। ଏହାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ୱାର୍ଣ୍ଣର ଅଷ୍ଟ୍ରେଲିଆ ଟିମ୍‌ର ଦୁଇ ସ୍ପିଡ୍‌ଷ୍ଟର ଜୋସ ହେଜେଲଉଡ ଓ ପ୍ୟାଟ୍‌ କମିନ୍ସଙ୍କ ବଲ୍‌ରେ ବ୍ୟାଟିଂ କରୁଛନ୍ତି। ଏଥିସହ କେଉଁଠି ବଲ୍‌ ପିଚ୍‌ କରିବ ଓ କେମିତି ବୋଲିଂ କରିବ, ସେ ସମ୍ପର୍କରେ ମଧ୍ୟରେ କହୁଛନ୍ତି। ଏହି ସମୟରେ କୋଚ୍‌ ଜଷ୍ଟିନ୍‌ ଲାଙ୍ଗର ମଧ୍ୟ ୱାର୍ଣ୍ଣରଙ୍କ ସହ କଥା ମଧ୍ୟ ହୋଇଛନ୍ତି।

ଅଷ୍ଟ୍ରେଲିଆର ଏକ ସମ୍ବାଦପତ୍ର ଅନୁଯାୟୀ, ରବିବାର ଭାରତ ଓ ଅଷ୍ଟ୍ରେଲିଆ ଟି-୨୦ ମ୍ୟାଚ୍‌ ପୂର୍ବରୁ ମଧ୍ୟ ୱାର୍ଣ୍ଣରଙ୍କୁ ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡର ଡ୍ରେସିଂ ରୁମକୁ ଡକା ଯାଇଥିଲା। ସେ ମଧ୍ୟ ମ୍ୟାଚ୍‌ ପୂର୍ବରୁ ଖେଳାଳିଙ୍କୁ ଗୁରୁମନ୍ତ୍ରଣା ଦେଇଥିଲେ। ହେଲେ ଏହି ମ୍ୟାଚ୍‌ରେ ଦଳ ପରାସ୍ତ ହୋଇଥିଲା।

ଅଷ୍ଟ୍ରେଲିଆର ବାମହାତୀ ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କ କହିଛନ୍ତି, ୱାର୍ଣ୍ଣର ଏବଂ ସ୍ମିଥ ହେଉଛନ୍ତି ବିଶ୍ୱସ୍ତରୀୟ ଖେଳାଳି। ଉଭୟଙ୍କୁ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ର ବୋଲରଙ୍କୁ ପ୍ରସ୍ତୁତ କରିବାକୁ କୁହାଯାଇଛି। ଆସନ୍ତା ସପ୍ତାହ ସୁଦ୍ଧା ଭାରତ ବିପକ୍ଷ ମ୍ୟାଚ୍‌ ପାଇଁ ସେମାନେ ବୋଲରଙ୍କୁ ପ୍ରସ୍ତୁତ କରିବେ ବୋଲି ଷ୍ଟାର୍କ କହିଛନ୍ତି।



from Odisha Reporter https://ift.tt/2zmzFEQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages