ନିର୍ବାଚନ ସର୍ଭେ ରିପୋର୍ଟ: କିଏ କହୁଛି ସାତ, ତ ଆଉ କିଏ କହୁଛି ସତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ନିର୍ବାଚନ ସର୍ଭେ ରିପୋର୍ଟ: କିଏ କହୁଛି ସାତ, ତ ଆଉ କିଏ କହୁଛି ସତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଆଉ ଚାରି ପାଞ୍ଚ ମାସ ବାକି ଥିବାବେଳେ ଚଳିତ ନଭେମ୍ବର ମାସରେ ୨ଟି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏବିପି ନ୍ୟୁଜ୍ ଓ ସି-ଭୋଟର ପକ୍ଷରୁ ନଭେମ୍ବର ୧ ତାରିଖରେ ପ୍ରକାଶିତ ସର୍ଭେ ରିପୋର୍ଟକୁ ଆଜି ପ୍ରକାଶିତ ଇଣ୍ଡିଆ ଟିଭି-ସିଏନଏକ୍ସ ସର୍ଭେ ରିପୋର୍ଟ ସମ୍ପୂର୍ଣ୍ଣ ଓଲଟାଇ ଦେଇଛି। ଯାହାଫଳରେ ଏହିଭଳି ସର୍ଭେ ରିପୋର୍ଟର ବିଶ୍ଵସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

‘ଇଣ୍ଡିଆ ଟିଭି’ରେ ଗୁରୁବାର ପ୍ରକାଶିତ ଏହି ( ଇଣ୍ଡିଆ ଟିଭି-ସିଏନଏକ୍ସ) ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଯଦି ଏବେ ଲୋକସଭା ନିର୍ବାଚନ ହୁଏ ତା’ହେଲେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେଡି ସପକ୍ଷରେ ୧୬ଟି ଓ ବିଜେପିକୁ ୫ଟି ଆସନ ମିଳିବ। ୨୦୧୪ ନିର୍ବାଚନ ତୁଳନାରେ ବିଜେଡି ୪ଟି ସିଟ୍ ହରାଇବ । କଂଗ୍ରେସ ପୂର୍ବ ଭଳି ଏଥର ମଧ୍ୟ କୌଣସି ଗୋଟିଏ ବି ଆସନ ଜିଣିପାରିବ ନାହିଁ।

ତେବେ ୨୦୧୪ରେ ବିଜେଡିକୁ ୪୪.୭୭ ପ୍ରତିଶତ ଭୋଟ୍ ମିଳିଥିବାବେଳେ ଏଥର ତାହା ହ୍ରାସ ପାଇ ୪୪%ରେ ସୀମିତ ରହିବ। ତେବେ ବିଜେପି ୨୦୧୪ରେ ୨୧.୮୮% ଭୋଟ୍ ପାଇଥିବାବେଳେ ଚଳିତଥର ତା’ର ଭୋଟ୍ ହାର ୨୮.୫୩%କୁ ବୃଦ୍ଧି ପାଇବ। କଂଗ୍ରେସର ଭୋଟ୍ ହାର ଏଥର ୨୧.୬୭% ରହିଲେ ମଧ୍ୟ ଗୋଟିଏ ବି ଲୋକସଭା ସିଟ୍ ଜିତିପାରିବ ନାହିଁ।

ସୂଚନାଯୋଗ୍ୟ, ଚଳିତମାସ ୧ତାରିଖରେ ଏବିପି ନ୍ୟୁଜରେ ପ୍ରକାଶିତ ସି-ଭୋଟର ସର୍ଭେ ରିପୋର୍ଟରେ ବିଜେପି ୧୨ଟି, ବିଜେଡି ୬ଟି ଓ କଂଗ୍ରେସ ୩ଟି ସିଟ୍ ପାଇବ ବୋଲି ଆକଳନ କରାଯାଇଥିଲା। ମାତ୍ର ୧୫ଦିନ ମଧ୍ୟରେ ପ୍ରକାଶ ପାଇଥିବା ଏହି ଦୁଇଟି ସର୍ଭେ ରିପୋର୍ଟର ତଥ୍ୟ ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଥିବାରୁ ଏସବୁ ସଂସ୍ଥାର ସର୍ଭେ ଫଳାଫଳର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅବଶ୍ୟ ଇଣ୍ଡିଆ ଟିଭି-ସିଏନଏକ୍ସ ସର୍ଭେ ରିପୋର୍ଟରେ ଅଣବିଜେପି ଦଳଗୁଡ଼ିକର ସମ୍ଭାବ୍ୟ ମହାମେଣ୍ଟ ହେଲେ ୟୁପିରେ ବିଜେପିର ଆସନ ସଂଖ୍ୟା ଅଧାକୁ ହ୍ରାସ ପାଇବ ତଥା ପଶ୍ଚିମବଙ୍ଗ ଓ ଓଡ଼ିଶା ଭଳି ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକର ସ୍ଥିତି ସାମାନ୍ୟ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି। ତେବେ ପଶ୍ଚିମବଙ୍ଗ ଓ ଓଡ଼ିଶା ପରିପ୍ରେକ୍ଷୀରେ ସମ୍ଭାବ୍ୟ ମହାମେଣ୍ଟକୁ ଦୃଷ୍ଟିରେ ରଖି ଆକଳନ କରାଯାଇନଥିବା ଜଣାପଡ଼ିଛି।



from Odisha Reporter https://ift.tt/2Pt6mdX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages