
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଶୀତ ଦିନ ଆସିଲେ ହଠାତ୍ ଜଳବାୟୁରେ ପରିବର୍ତ୍ତନ ହେଉଥିବାରୁ ପ୍ରାୟ ଅଧିକାଂଶଙ୍କୁ ଥଣ୍ଡା ଓ ଜ୍ୱର ହୋଇଥାଏ। ଥଣ୍ଡା ହେଲେ, କାଶ ହେବା ଏକ ସାଧାରଣ କଥା। ଆଜିକାଲି ଆମେ ଡାକ୍ତରୀ ଔଷଧ ଉପରେ ଏତେ ନିର୍ଭରଶୀଳ ହୋଇଗଲୁଣି ଯେ ଟିକେ ଥଣ୍ଡା ଓ କାଶ ହେବା ମାତ୍ରେ ଡାକ୍ତରଙ୍କ ପାଖକୁ ଧାଉଁଛୁ। ତେବେ ଡାକ୍ତରୀ ଔଷଧର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି। ଯାହା ଆମ ଶରୀରର ପାଇଁ କ୍ଷତିକାରକ କରିଥାଏ। ତେଣୁ, ଆଜି ଆମେ ଆପଣଙ୍କୁ କାଶ ଓ ଥଣ୍ଡା ହେଲେ ଏହାର ଘରୋଇ ଉପଚାର ସମ୍ପର୍କରେ ବତାଇବୁ।
୧. ତୁଳସୀ ପତ୍ର ଓ ଅଦା: ତୁଳସୀ ଓ ଅଦା ଥଣ୍ଡା ଓ କାଶ ପାଇଁ ଅବ୍ୟର୍ଥ । ଏକ ଗ୍ଲାସ୍ ପାଣିରେ ୫ରୁ ୬ଟି ତୁଳସୀ ପତ୍ର ଓ ଏକ ଛୋଟ ଖଣ୍ଡ ଅଦା ପକାଇ କିଛି ସମୟ ପାଇଁ ଏହାକୁ ଗରମ କରନ୍ତୁ। ଏହାପରେ ଏହାକୁ ଉଷୁମ ଉଷୁମ ପିଅନ୍ତୁ।
୨. ହଳଦୀଯୁକ୍ତ କ୍ଷୀର: ହଳଦୀରେ ଅନେକ ଆଣ୍ଟିବାୟୋଟିକ୍ ଗୁଣ ଥାଏ, ଯାହା ଶରୀର ପାଇଁ ଖୁବ୍ ଉପକାରୀ। ଏହାକୁ କ୍ଷୀର ସହ ମିଶାଇ ରାତିରେ ଶୋଇବା ପୂର୍ବରୁ ଗରମ ଗରମ ପିଇଲେ ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ। ଅଧା ଚାମଚ ହଳଦୀ ଗୁଣ୍ଡକୁ ଏକ ଗ୍ଲାସ୍ ଗରମ କ୍ଷୀର ସହ ମିଶାଇ ପିଇବା ଦ୍ୱାରା କାଶ ଓ ଥଣ୍ଡାରୁ ଉପଶମ ମିଳେ । ରାତିରେ ଶୋଇବା ପୂର୍ବରୁ ଏହାକୁ ପିଇବା ଦ୍ୱାରା ଖୁବ୍ ଆରାମ ମଧ୍ୟ ଲାଗିଥାଏ।
୩. ଉଷୁମ ପାଣି: ଥଣ୍ଡାରୁ କାଶ ହେଉଥିଲେ, ଦିନରେ ୩ରୁ ୪ ଥର ହାଲ୍କା ଗରମ ପାଣି ପିଅନ୍ତୁ। ଖାଇବା ପରେ ଗରମ ପାଣି ପିଇବା ଲାଭଦାୟକ। ଗରମ ପାଣି ପିଇବା ଦ୍ୱାରା କଫ କମ୍ ହେବା ସହ ଗଳା ଦରଜରୁ ମଧ୍ୟ ମୁକ୍ତି ମିଳିଥାଏ। ଯଦି ଆପଣଙ୍କ ଗଳାରେ ଇନ୍ଫେକ୍ସନ୍ ହୋଇଥାଏ, ତେବେ ଗରମ ପାଣିରେ ଲୁଣ ମିଶାଇ ସକାଳେ ଓ ସନ୍ଧ୍ୟାରେ କୁଳୁକୁଳି କରନ୍ତୁ। ଏହା ଗଳା ସଫା କରିବା ସହ ଶରୀରକୁ ଜୀବାଣୁ ପୁଣି ଥରେ ପ୍ରବେଶ କରିବାକୁ ଦେଇ ନ ଥାଏ।
୪. ସୋରିଷ ତେଲ: ଏକ ଚାମଚ ସୋରିଷ ତେଲକୁ ନଖ ଉଷୁମ କରି ରାତିରେ ଶୋଇବା ପୂର୍ବରୁ ନାକରେ କିଛି ବୁନ୍ଦା ପକାନ୍ତୁ। ସକାଳୁ ଦେଖିବେ ଆପଣଙ୍କୁ ଆରାମ ଲାଗିବ। ନାକ ଯଦି ବନ୍ଦ ହୋଇଥିବ, ତେବେ ଏପରି କରିବା ଦ୍ୱାରା ନାକ ଖୋଲିବା ସହ କାଶ ମଧ୍ୟ ବନ୍ଦ ହୋଇଯିବ। ଏଭଳି ୨ ଦିନ କରନ୍ତୁ, ଅବଶ୍ୟ ଫାଇଦା ମିଳିବ।
୫. ଜାଇଫଳ ଓ ଗୋଲମରିଚ ଗୁଣ୍ଡ: ଥଣ୍ଡା ଓ କାଶ ପାଇଁ ଏହା ଆଉ ଏକ ଭଲ ଉପଚାର। ଜାଇଫଳ ଓ ଗୋଲମରିଚକୁ ସମାନ ପରିମାଣର ନେଇ ଏହାକୁ ଗୁଣ୍ଡ କରିବା ପରେ ଏହି ମିଶ୍ରଣରୁ ୩ରୁ ୪ ଗ୍ରାମ୍ ସକାଳେ ଓ ସନ୍ଧ୍ୟାରେ ଗୁଡ଼ ସହ ଖାଇବା ଦ୍ୱାରା କାଶ ଭଲ ହୋଇଥାଏ।
୬. ରସୁଣ: ଥଣ୍ଡା ପାଇଁ ରସୁଣ ଖୁବ୍ ଉପକାରୀ। ୩ରୁ ୪ ପାଖୁଡ଼ା ରସୁଣକୁ ଗରମ ପାଣିରେ ଫୁଟାଇ ଏହାକୁ ଦିନରେ ୨ରୁ ୩ଥର ଚା’ ଭଳି ପିଅନ୍ତୁ। ଏହା ଥଣ୍ଡା କଟିବା ସହ କାଶ ମଧ୍ୟ ଭଲ କରିଦିଏ।
from Odisha Reporter https://ift.tt/2DQT8R7
No comments:
Post a Comment