ରାହୁଲଙ୍କ ଏ ଫଟୋ ଭାଇରାଲ୍ ହୋଇଛି; କାରଣ କହିପାରିବେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ରାହୁଲଙ୍କ ଏ ଫଟୋ ଭାଇରାଲ୍ ହୋଇଛି; କାରଣ କହିପାରିବେ?

bear

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ମଧ୍ୟପ୍ରଦେଶରେ ହେବାକୁ ଥିବା ନିର୍ବାଚନ ପାଇଁ ଖୁବ୍ ପରିଶ୍ରମ କରୁଛନ୍ତି। ଦଳକୁ ଜିତାଇବା ପାଇଁ ସେ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି।

ମଧ୍ୟପ୍ରଦେଶରେ ବିଭିନ୍ନ ମନ୍ଦିର ଯାଇ ରାହୁଲ ଦର୍ଶନ କରୁଛନ୍ତି। ସେ ମନ୍ଦିରରେ ଭଗବାନଙ୍କୁ ପ୍ରାର୍ଥନା କରୁଥିବାର ଏକ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ଏ ଫଟୋଟି କାହିଁକି ଭାଇରାଲ୍ ହେଉଛି ଜାଣନ୍ତି?

କିଛି ଲୋକ ରାହୁଲଙ୍କ ଏହି ଫଟୋ ଶେୟାର କରି ଦାବି କରିଛନ୍ତି ଯେ ସେ ମନ୍ଦିର ଭିତରେ ନମାଜ ପଢୁଛନ୍ତି। ସେ ଯେଉଁଭଳି ଢଙ୍ଗରେ ଦୁଇ ହାତକୁ ଯୋଡ଼ି ବସିଛନ୍ତି, ତାକୁ ଦେଖି ଲୋକେ ଏମିତି ମନ୍ତବ୍ୟ ଦେଇଛନ୍ତି।

ଏହି ଫଟୋରେ ରାହୁଲଙ୍କ ସହ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ଓ କମଳନାଥ ଅଛନ୍ତି।

ଫଟୋଟିକୁ ଗତ ଅକ୍ଟୋବର ୧୫ ତାରିଖରେ ଉଠାଯାଇଥିଲା। ୧୬ ଅକ୍ଟୋବରରୁ ଏହା ଭାଇରାଲ୍ ହୋଇଥିଲା। ପ୍ରଥମ ଦିନରେ ହଜାର ହଜାର ଲୋକ ଏହାକୁ ଶେୟାର କରିବା ସହିତ ପ୍ରତିକ୍ରିୟା ରଖିଥିଲେ।



from Odisha Reporter https://ift.tt/2yYAy6j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages