ଫ୍ୟାନ୍‌ଙ୍କ ପାଗଳାମୀ; ଏମିତି କାଣ୍ଡ କରି ଡାକ୍ତରଖାନାରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ଫ୍ୟାନ୍‌ଙ୍କ ପାଗଳାମୀ; ଏମିତି କାଣ୍ଡ କରି ଡାକ୍ତରଖାନାରେ ଭର୍ତ୍ତି

shah

ମୁମ୍ବାଇ: ଦୀପାବଳି ପାଇଁ କିଙ୍ଗ୍ ଖାନ୍ ଶାହାରୁଖ୍ ଶନିବାର ତାଙ୍କ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟି ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ତେବେ ଗୋଟିଏ ଖବର ପାଇ ଶାହାରୁଖଙ୍କ ମନଦୁଃଖ ହୋଇଥିଲା। ଗତକାଲି ତାଙ୍କର ଜଣେ ଫ୍ୟାନ୍ ନିଜକୁ ବ୍ଲେଡ୍‌ରେ ଆଘାତ ଦେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଶାହାରୁଖ୍‌ଙ୍କ ଏହି ଫ୍ୟାନ୍‌ଙ୍କ ନାମ ମହମ୍ମଦ ସଲିମ୍। ତାଙ୍କ ଘର କୋଲକାତାରେ।   ସେ ନିଜ ଶରୀରକୁ ବ୍ଲେଡ୍‌ରେ କାଟି ପକାଇବା ପରେ ପୁଲିସ୍ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।
ତେବେ ସଲିମ୍ କାହିଁକି ଏମିତି ପଦକ୍ଷେପ ନେଲେ ଜାଣନ୍ତି? କାରଣ ସେ ଶାହାରୁଖ୍‌ଙ୍କୁ ସାକ୍ଷାତ କରି ପାରି ନଥିବାରୁ ବହୁତ ଦୁଃଖୀ ହୋଇଯାଇଥିଲେ। ସେ କିଙ୍ଗ୍ ଖାନ୍‌ଙ୍କୁ ଭେଟିବାକୁ କୋଲକାତାରୁ ମୁମ୍ବାଇ ଆସିଥିଲେ।

ସେହିପରି ଗତକାଲି ଶାହାରୁଖ୍‌ଙ୍କ ଘର ସମ୍ମୁଖରେ ମଧ୍ୟ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପାର୍ଟିରେ ଯୋଗ ଦେବାକୁ ଆସିଥିବା ଈଶାନ ଖଟ୍ଟରଙ୍କ ଗାଡ଼ିକୁ ବାହାରେ ଛିଡ଼ା ହୋଇଥିବା ଶାହାରୁଖଙ୍କ ଫ୍ୟାନ୍‌ମାନେ ଘେରି ଯାଇଥିଲେ। ସେମାନେ ତାଙ୍କୁ ଟିକେ ପାଖରୁ ଦେଖିବାକୁ ଚାହୁଁଥିଲେ। ତେବେ ସେମାନଙ୍କୁ ହଟାଇବାକୁ ଯାଇ ପୁଲିସ୍‌କୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା।



from Odisha Reporter https://ift.tt/2CWjrFb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages