ସ୍ମିଥ ଓ ୱାର୍ଣ୍ଣରଙ୍କୁ କ୍ଷମା ଦେଲାନି କ୍ରିକେଟ୍‌ ଅଷ୍ଟ୍ରେଲିଆ, ଭାରତ ବିପକ୍ଷ ମ୍ୟାଚ୍‌ ଖେଳି ପାରିବେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ସ୍ମିଥ ଓ ୱାର୍ଣ୍ଣରଙ୍କୁ କ୍ଷମା ଦେଲାନି କ୍ରିକେଟ୍‌ ଅଷ୍ଟ୍ରେଲିଆ, ଭାରତ ବିପକ୍ଷ ମ୍ୟାଚ୍‌ ଖେଳି ପାରିବେନି

ମେଲବର୍ଣ୍ଣ: ବଲ୍‌ ଟାମ୍ପରିଂ ଭଳି ଘଟଣାରେ ବାସନ୍ଦାଦେଶ ପାଇଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ, ଉପ ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଓ ବ୍ୟାଟସ୍‌ମ୍ୟାନ୍‌ କ୍ୟାମେରନ୍‌ ବ୍ୟାନ୍‌କ୍ରଫ୍ଟ୍‌ଙ୍କୁ ଏବେ କୌଣସି ପ୍ରକାରର କ୍ଷମା ମିଳିବ ନାହିଁ ବୋଲି ଆଜି କ୍ରିକେଟ୍‌ ଅଷ୍ଟ୍ରେଲିଆ (ସି.ଏ.) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅର୍ଥାତ ପୂର୍ବଭଳି ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ମିଥ କିମ୍ବା ୱାର୍ଣ୍ଣର ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିପାରିବେ ନାହିଁ।

ସେହିପରି ବ୍ୟାନ୍‌କ୍ରଫ୍ଟ୍‌ ଚଳିତ ବର୍ଷ ଡିସେମ୍ବର ମାସ ଯାଏ କ୍ରିକେଟ୍‌ରୁ ଦୂରେଇ ରହିବେ। ମାର୍ଚ୍ଚ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ବେଳେ ୱାର୍ଣ୍ଣର, ସ୍ମିଥ ଓ ବ୍ୟାନ୍‌କ୍ରଫ୍ଟ ମିଳିତ ଭାବେ ବଲ୍‌ ଟାମ୍ପରିଂ କରିଥିଲେ। ଏଥିପାଇଁ ସି.ଏ. ସ୍ମିଥ ଓ ୱାର୍ଣ୍ଣରଙ୍କୁ ଗୋଟିଏ ବର୍ଷ ଏବଂ ବ୍ୟାନ୍‌କ୍ରଫ୍ଟଙ୍କୁ ୯ ମାସ ପାଇଁ ବ୍ୟାନ୍‌ କରିଥିଲା।

ତେବେ ଏହା ବିରୋଧରେ ଅଷ୍ଟ୍ରେଲିଆନ କ୍ରିକେଟର୍ସ ଆସୋସିଏସନ୍‌(ଏ.ସି.ଏ.) ସି.ଏ. ନିକଟରେ କ୍ଷମା ଦାବି କରିଥିଲା। ଦୁଇ ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତିରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି।

ଏଥିପାଇଁ ସେମାନଙ୍କ ବାସନ୍ଦାଦେଶକୁ କୋହଳ କରାଯାଉ ବୋଲି କୁହାଯାଇଥିଲା। ଏହାକୁ ନେଇ ଆଜି ସି.ଏ. ବୈଠକ ବସିଥିଲା। ଯେଉଁଥିରେ ସର୍ବସମ୍ମତିକ୍ରମେ ସ୍ମିଥ, ୱାର୍ଣ୍ଣର ଏବଂ ବ୍ୟାନକ୍ରଫ୍ଟଙ୍କ ଉପରେ ଲାଗୁ ବ୍ୟାନ୍‌କୁ ହ୍ରାସ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା।

ଅର୍ଥାତ ଏମାନେ ଭାରତ ବିପକ୍ଷ ଟି-୨୦, ଟେଷ୍ଟ କିମ୍ବା ଦିନିକିଆ ସିରିଜ୍‌ ଖେଳିପାରିବେ ନାହିଁ ବୋଲି ଏକ ପ୍ରକାରର ସ୍ପଷ୍ଟ ହୋଇଛି।

ସି.ଏ.ର ମଧ୍ୟବର୍ତ୍ତୀ କାଳୀନ ଅଧ୍ୟକ୍ଷ ଅର୍ଲ ଏଡିଙ୍ଗସ୍‌ କହିଛନ୍ତି, “ଏ.ସି.ଏ. କରିଥିବା ଦାବିକୁ ସିଏ ବୈଠକରେ ଉପସ୍ଥାପନ କରାଯାଇଥିଲା। ତେବେ ବ୍ୟାନ୍‌ ହୋଇଥିବା ଖେଳାଳିଙ୍କ ସପକ୍ଷରେ ରାୟ ଯାଇନାହିଁ।

ସମସ୍ତେ ୩ ଖେଳାଳିଙ୍କ ଉପରେ ଲାଗୁ କରାଯାଇଥିବା ଦଣ୍ଡକୁ କୋହଳ କରିବାକୁ ମନା କରିଥିଲେ। ଅଷ୍ଟ୍ରେଲିଆ କ୍ରିକେଟର ମର୍ଯ୍ୟାଦା ଓ ଖ୍ୟାତିକୁ ଦୃଷ୍ଟିରେ ରଖି ଦଣ୍ଡାଦେଶ କରାଯାଇଥିଲା ଏବଂ ଏହା ବଳବତ୍ତର ରହିଛି।

ଆଶା କରୁଛି, ସ୍ମିଥ, ୱାର୍ଣ୍ଣର ଓ ବ୍ୟାନ୍‌କ୍ରଫ୍ଟ ବ୍ୟାନ୍‌ ଆଦେଶ ହଟିବା ପୂର୍ବରୁ କ୍ରିବେଟ୍‌ ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଥିବେ।”



from Odisha Reporter https://ift.tt/2BiXbUK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages