ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ “ଚାଉଳ ବଟା ମାଂସ ଝୋଳ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ “ଚାଉଳ ବଟା ମାଂସ ଝୋଳ”

ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଚାଉଳ ବଟା, ଅଦା ରସୁଣ ଓ ପିଆଜ ପେଷ୍ଟ୍‌, ତେଲ, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଓ ଧନିଆ ପେଷ୍ଟ୍‌, ଚାଉଳ ବଟା

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସକୁ ଛୋଟ ଛୋଟ କରି କାଟି ଦେଇ ଧୋଇ ଏକ ପାତ୍ରରେ ରଖନ୍ତୁ। ତା’ପରେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଲଙ୍କା ଗୁଣ୍ଡ ପକାଇବା ସଙ୍ଗେ ସଙ୍ଗେ ଅଦା ରସୁଣ ଓ ପିଆଜ ପେଷ୍ଟ୍‌ ପକାଇ ଗୋଳାଇ ଦିଅନ୍ତୁ। ତା’ପରେ ସେଥିରେ  ଜିରା ଓ ଧନିଆ ପେଷ୍ଟ୍‌ ପକାଇ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ ଓ ହଲଦୀ ପାଉଡର ପକାଇ ଗୋଳାଇ ଦେଇ ଢ଼ାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ ମାଂସରୁ ପାଣି ବାହାରିବା ପରେ ସେଥିରେ ଆଉ ଅଳ୍ପ ପାଣି ଦେଇ ପୁଣି ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ। ମାଂସ ସଝିଯିବା ପରେ ସେଥିରେ ଚାଉଳ ବଟା ପକାଇ ଗୋଳାଇ ଦେଇ ୫ ମିନିଟ୍ ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ। ମାଂସ ଅଳ୍ପ ବହଳିଆ ହୋଇ ଆସିଲେ ତାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚାଉଳ ବଟା ମାଂସ ଝୋଳ। ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ।



from Odisha Reporter https://ift.tt/2Dcus5q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages