ରଣଜୀରେ ପ୍ରଥମ ଖେଳାଳି ଭାବେ ୱାସିମ ଜାଫ୍‌ର କଲେ ଏହି ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ରଣଜୀରେ ପ୍ରଥମ ଖେଳାଳି ଭାବେ ୱାସିମ ଜାଫ୍‌ର କଲେ ଏହି ରେକର୍ଡ

ମୁମ୍ବାଇ: ଟିମ୍‌ ଇଣ୍ଡିଆର ପୂର୍ବତନ ଟେଷ୍ଟ ଓପନର୍‌ ତଥା ଅଭିଜ୍ଞ କ୍ରିକେଟର୍‌ ୱାସିମ ଜାଫର୍‌ ରଣଜୀ ଟ୍ରଫିରେ ଇତିହାସ ରଚିଛନ୍ତି। ସେ ପ୍ରଥମ ଖେଳାଳି ଭାବେ ରଣଜୀ ଟୁର୍ଣ୍ଣାମେଣ୍ଟରେ ୧୧ ହଜାର ରନ୍‌ କରିବାର ରେକର୍ଡ କରିଛନ୍ତି।

ବିର୍ଦଭ ପକ୍ଷରୁ ମ୍ୟାଚ୍‌ ଖେଳୁଥିବା ଜାଫର ଆଜି ଭରୋଦରା ବିପକ୍ଷରେ ୯୭ ରନ୍‌ ହାସଲ କରିବା କ୍ଷଣି ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ବର୍ତ୍ତମାନ ରଣଜୀ ଟ୍ରଫି ଏଲିଟ୍ ପର୍ଯ୍ୟାୟର ମ୍ୟାଚ୍ ଚାଲିଛି।

ଏଥିରେ ଗ୍ରୁପ୍ ଏରେ ଥିବା ବିର୍ଦଭ ଓ ଭରୋଦରା ମୁହାଁମୁହିଁ ହେଉଛନ୍ତି। ମ୍ୟାଚର ଦ୍ୱିତୀୟ ଦିନରେ ଜାଫର ଏହି ମାଇଲ୍ଖୁଣ୍ଟ ସ୍ଥାପନ କରିଛନ୍ତି। ଏହି ମ୍ୟାଚ୍‌ରେ ଜାଫର ୧୫୦ ରନ୍ କରିଥିବା ବେଳେ ରନ୍ ଆଉଟ୍ ହୋଇଯାଇଥିଲେ।

ରଣଜୀ ଟୁର୍ଣ୍ଣାମେଣ୍ଟରେ ଜାଫରଙ୍କ ପଛକୁ ୯୨୦୨ ରନ୍ କରି ଅମୋଲ ମଜୁମଦାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଦେବେନ୍ଦ୍ର ବୁନ୍ଦେଲା(୯୨୦୧), ମିଥୁନ ମାନାସ(୮୫୫୪) ଓ ହୃଷିକେଶ କାନିତକ(୮୦୫୯) ରହିଛନ୍ତି।



from Odisha Reporter https://ift.tt/2TyweUe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages