ଯାହା ଘରେ ଅମିତ ଶାହ ଖାଇଥିଲେ ସେ ଏବେ ବିଜେଡିରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ଯାହା ଘରେ ଅମିତ ଶାହ ଖାଇଥିଲେ ସେ ଏବେ ବିଜେଡିରେ

bjd

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପ୍ରାୟ ବର୍ଷେ ତଳେ ଯାହା ଘରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଭୋଜନ କରିଥିଲେ, ସେ ଏବେ ବିଜେଡି ଶିବିରକୁ ଯାଇ ଶଙ୍ଖ ଫୁଙ୍କୁଛନ୍ତି। ସେ ହେଲେ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀର ନବୀନ ସ୍ୱାଇଁ।

୨୦୧୭ ଜୁଲାଇ ୪ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତ ବେଳେ ହୁଗୁଳାପଟାର ନବୀନ ସ୍ୱାଇଁଙ୍କ ଘରେ ଅମିତ ଶାହା ଭୋଜନ କରିଥିଲେ। ଏହା ସହିତ ତାଙ୍କ ପରିବାରର ଅବସ୍ଥା ବଦଳାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ତାଙ୍କ ଅବସ୍ଥା ସୁଧୁରି ନଥିଲା। ଆଉ ଅମିତ ଶାହଙ୍କ ପ୍ରତିଶ୍ରୁତିର ବର୍ଷେ ପରେ ସେ ବିଜେଡିରେ ଯୋଗ ଦେଇଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି।

ନବୀନ କହିଛନ୍ତି,“ବିଜେପି କିଛି ବୁଝି ନଥିଲା। ଘର କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ, ହେଲେ କିଛି କଲେ ନାହିଁ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁ କାମ ଦେଖି ଖୁସି ଲାଗିଲା। ମୋତେ ବିଜୁ ପକ୍କା ଘର ଦେଇଛନ୍ତି। ଏଥିସହ ରାସନକାର୍ଡ ଦେଇଛନ୍ତି। ତେଣୁ ମୁଁ ବିଜେଡିରେ ସାମିଲ ହୋଇଛି।”



from Odisha Reporter https://ift.tt/2JzvAB5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages