ଭାରତୀୟ ହାଇକମିଶନ ଅଧିକାରୀଙ୍କୁ ପାକ୍‌ କର୍ତ୍ତୃପକ୍ଷଙ୍କ ନିର୍ଯାତନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ଭାରତୀୟ ହାଇକମିଶନ ଅଧିକାରୀଙ୍କୁ ପାକ୍‌ କର୍ତ୍ତୃପକ୍ଷଙ୍କ ନିର୍ଯାତନା

ଇସ୍‌ଲାମାବାଦ୍‌: ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ହାଇକମିଶନର ଅଧିକାରୀଙ୍କୁ ଇସ୍‌ଲାମାବାଦ ପକ୍ଷରୁ ନିର୍ଯାତନା ଦିଆଯାଇଛି। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନ ସରକାରଙ୍କ ନିକଟରେ ବିଧିବଦ୍ଧ ଭାବେ ଅସନ୍ତୋଷ ଜାହିର କରାଯାଇଛି। ଶିଖ୍‌ ଶ୍ରଦ୍ଧାଳୁମାନେ ପାକିସ୍ତାନ ଗସ୍ତ କରିଥିବା ବେଳେ ସେମାନଙ୍କ ସହ ଭାରତୀୟ ହାଇକମିଶନ ଅଧିକାରୀଙ୍କୁ ସାକ୍ଷାତ କରିବାକୁ ଅନୁମତି ଦିଆଯାଇ ନଥିଲା।

ଏଥିସହ ପାକ୍‌ କର୍ମଚାରୀମାନେ ଭାରତୀୟ ଅଧିକାରୀଙ୍କୁ ମଧ୍ୟ ବିଭିନ୍ନ ଉପାୟରେ ନିର୍ଯାତନା ଦେଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ବୁଧବାର ରାତିରେ ଭାରତୀୟ ହାଇକମିଶନର ଅଧିକାରୀଙ୍କୁ ପାକିସ୍ତାନରେ ଅବସ୍ଥିତ ନାନକ ସାହିବ ଗୁରୁଦ୍ୱାର ଓ ସଚ୍ଚା ସୌଦା ଗୁରୁଦ୍ୱାରକୁ ପ୍ରବେଶ ପାଇଁ ପାକିସ୍ତାନ ସରକାର ଅନୁମତି ଦେଇ ନଥିଲେ।

ଶିଖ ଶ୍ରଦ୍ଧାଳୁମାନଙ୍କୁ ତୀର୍ଥଯାତ୍ରା କରିବାକୁ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଅନୁମତି ଦେଇ ଦେଇଥିଲେ ହେଁ ଭାରତୀୟ କନସୁଲାର ଅଧିକାରୀଙ୍କୁ ଶିଖ୍‌ ଶ୍ରଦ୍ଧାଳୁଙ୍କ ସହ ଦେଖା କରିବାକୁ ଦିଆଗଲା ନାହିଁ।

ଏଥିଯୋଗୁ ଅଧିକାରୀମାନେ ସେମାନଙ୍କର ଡିପ୍ଲୋମାଟିକ୍ ଓ କନସୁଲାର କାର୍ଯ୍ୟ ନ କରିପାରି ବାଧ୍ୟ ହୋଇ ଫେରିଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଗୁରୁନାନକ ଦେବଙ୍କ ଜନ୍ମ ତିଥିରେ ଶିଖ୍‌ ଶ୍ରଦ୍ଧାଳୁଙ୍କୁ ପାକିସ୍ତାନ ଯିବାରେ ସହାୟତା କରିବା ନିମନ୍ତେ ଉଭୟ ଦେଶ ଚୁକ୍ତି କରିଛନ୍ତି। ହେଲେ ଏହାକୁ ପାକିସ୍ତାନ ଉଲ୍ଲଙ୍ଘନ କରିଛି।



from Odisha Reporter https://ift.tt/2R6I4TO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages