ଦୀପିକା-ବଣବୀରଙ୍କୁ ଏଇ ଚର୍ଚ୍ଚିତ ଯୋଡି ସହ ତୁଳନା କଲେ ଭଂଶାଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ଦୀପିକା-ବଣବୀରଙ୍କୁ ଏଇ ଚର୍ଚ୍ଚିତ ଯୋଡି ସହ ତୁଳନା କଲେ ଭଂଶାଲୀ

ମୁମ୍ବାଇ: ରଣବୀର ସିଂହ ଓ ଦୀପିକା ପାଦୁକୋନ୍‌ ଏହି ସପ୍ତାହରେ ବିବାହ କରିବେ।  ଦୁହେଁ ଗତ ୬ ବର୍ଷ ହେବ ରିଲେସନ୍‌ସିପ୍‌ରେ ରହିବା ପରେ ଏବେ ନିଜ ସମ୍ପର୍କକୁ ଏକ ନୂଆ ନାଁ ଦେବାକୁ ଯାଉଛନ୍ତି। ଆଉ ତାଙ୍କୁ ଏକାଠି କରିବାରେ ଯଦି କାହାର ସବୁଠୁ ବଡ଼ ଭୂମିକା ଅଛି ସେ ହେଉଛନ୍ତି ସଞ୍ଜୟ ଲୀଲା ଭଂଶାଲୀ। କାରଣ ଦୁହେଁ ଭଂଶାଲୀଙ୍କ ଫିଲ୍ମ ‘ରାମଲୀଲା’ରୁ ହିଁ ପ୍ରଥମ କରି ଏକାଠି ଅଭିନୟ କରିଥିଲେ। ସେଇଠୁ ଆରମ୍ଭ ହୋଇଥିଲା ତାଙ୍କ ପ୍ରେମକାହାଣୀ ।

ଖାଲି ସେତିକି ନୁହେଁ ଦୁହେଁ ଭଂଶାଲୀଙ୍କର ତିନୋଟି ଫିଲ୍ମରେ ଏକାଠି କାମ କରି ସାରିଛନ୍ତି। ଯେଉଁଠୁ ତାଙ୍କ ପ୍ରେମର ପରୱାନା ଆହୁରି ମଜଭୁଦ୍‌ ହୋଇଯାଇଥିଲା। ଭଂଶାଲୀ ବି ଏହି ଯୋଡ଼ିଙ୍କୁ ଖୁବ୍‌ ଭଲ ପାଆନ୍ତି। ଆଉ ତାଙ୍କ ତୁଳନା ସେ ବଲିଉଡ୍‌ର ଏକ ସୁପରହିଟ୍‌ ଯୋଡ଼ିଙ୍କ ସହ କରନ୍ତି ବୋଲି ସାକ୍ଷାତକାରରେ କହିଥିଲେ।

ଭଂଶାଲୀ କୁହନ୍ତି, “ମୋତେ ରଣବୀର ଖୁବ୍‌ ପସନ୍ଦ। ତାଙ୍କୁ ମୁଁ ବହୁତ ଭଲ ପାଏ। ସେ ଜଣେ ଦକ୍ଷ ଅଭିନେତା। ନିଜ କାମକୁ ସେ ଖୁବ୍‌ ଭଲ ପାଆନ୍ତି।  ସେ ବହୁତ ସ୍ୱତନ୍ତ୍ର।  ମୁଁ ତାଙ୍କ ଟ୍ୟାଲେଣ୍ଟ୍‌କୁ ସମ୍ମାନ କରେ। ଆଉ ଫିଲ୍ମ ନିଜସ୍ୱ ମତ ରଖିବାକୁ ମୁଁ ତାଙ୍କୁ ସବୁବେଳେ ସ୍ୱାଧିନତା ଦେଇଥାଏ। ମୋର ଫିଲ୍ମରେ ଅଭିନୟ କରିଥିବା ‘ରାମ ଲୀଲା’ ଓ ‘ବାଜିରାଓ ମସ୍ତାନୀ’ର ଚରିତ୍ର ଖୁବ୍‌ ଖାସ୍‌। ରଣବୀର ଓ ଦୀପିକାଙ୍କ ସହ ମୋର ସେହି କେମେଷ୍ଟ୍ରି ଦେଖିବାକୁ ମିଳେ ଯାହା ସଲ୍‌ମାନ୍‌ ଓ ଐଶ୍ୱର୍ଯ୍ୟା ସହ ଦିନେ ଦେଖିବାକୁ ମିଳୁଥିଲା।”

ସୂଚନାଯୋଗ୍ୟ ଯେ, ସଲ୍‌ମାନ୍‌ ଓ ଐଶ୍ୱର୍ଯ୍ୟା ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ରେ ଏକାଠି ଅଭିନୟ କରିଥିଲେ। ଯେଉଁ ଯୋଡି ସୁପର ହିଟ୍‌ ସାବ୍ୟସ୍ତ ହୋଇଥିଲା। ସଞ୍ଜୟ ସେହି କେମେଷ୍ଟ୍ରି ଦୀପିକା ରଣବୀରଙ୍କଠାରେ ଦେଖନ୍ତି ବୋଲି କହିଥିଲେ।

ଖବର ମୁତାବକ ଦୀପିକା ଓ ରଣବୀର ବାହାଘର ପାଇଁ ଶୁକ୍ରବାର ରାତିରୁ ଇଟାଲି ଯାଇସାରିଲେଣି।  ଦୁହିଁଙ୍କୁ ଏୟାରପୋର୍ଟ୍‌ରେ  ଧଳାରଙ୍ଗର ଆଉଟ୍‌ ଫିଟ୍‌ରେ ଦେଖିବାକୁ ମିଳିଥିଲା।



from Odisha Reporter https://ift.tt/2QzNy9t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages