ଭୋକିଲା ପେଟରେ ରାତି ଅଧରେ ଚାଲି ଚାଲି ଗୁହାରି ଜଣାଇବାକୁ ବାହାରିଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ଭୋକିଲା ପେଟରେ ରାତି ଅଧରେ ଚାଲି ଚାଲି ଗୁହାରି ଜଣାଇବାକୁ ବାହାରିଥିଲେ

677

ମାଲକାନଗିରି (ଜିତେନ୍ଦ୍ର ବେଉରା): କିଏ ସ୍ୱେଟର ପିନ୍ଧିଥିଲା। କିଏ ଶାଲ୍ ଘୋଡ଼ାଇ ହୋଇଥିଲା। ଆଉ କିଏ ଖାଲି ଟୋପି ପିନ୍ଧିଥିଲା। କେତେ ଜଣ ତ କୌଣସି ଶୀତବସ୍ତ୍ର ପିନ୍ଧି ନଥିଲେ। ଏପରିକି ସେମାନଙ୍କ ପାଦରେ ଚପଲ ବି ନଥିଲା। ଆଉ ଏମାନେ ସମସ୍ତେ ଗତକାଲି ରାତି ଅଧରେ ଚାଲି ଚାଲି ବାହାରିଥିଲେ ପ୍ରଶାସନ ପାଖକୁ। କାରଣ ହଷ୍ଟେଲ୍‌ରେ ବଡ଼ ଦୟନୀୟ ଭାବେ ସେମାନେ ଚଳୁଛନ୍ତି ଓ ସେମାନଙ୍କ ସମସ୍ୟା ଶୁଣିବାକୁ କେହି ନାହାନ୍ତି।

ପ୍ରଶାସନକୁ ସିଧାସଳଖ ଭେଟି ସେମାନଙ୍କ ସମସ୍ୟା ସଂପର୍କରେ କହିବାକୁ ଅଣ୍ଟାଭିଡ଼ି ବାହାରିଥିବା ଏହି ସମସ୍ତ ଛାତ୍ର ହେଉଛନ୍ତି ମାଲକାନଗିରି ଜିଲ୍ଲା ତାରଲାକୋଟ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ଆଦିବାସୀ ଆବାସିକ ହଷ୍ଟେଲ୍‌ର ଅନ୍ତେବାସୀ।

ଏହି ହଷ୍ଟେଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୪୦ ଜଣ ପିଲା ରହନ୍ତି। ଅଭିଯୋଗ ଅନୁଯାୟୀ, ସେମାନଙ୍କୁ ଠିକ୍ ଭାବରେ ଖାଇବାକୁ ଦିଆଯାଉ ନାହିଁ। ସେମାନେ ରହୁଥିବା କୋଠରୀରେ ବିଜୁଳି ସୁବିଧା ନାହିଁ। ହଷ୍ଟେଲ୍‌ରେ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ନାହିଁ। ରାତିରେ ସେମାନଙ୍କ ସହିତ ସୁପରିନ୍‌ଟେଣ୍ଡେଣ୍ଟ୍‌ ରହୁ ନାହାନ୍ତି।

80କେବଳ ଏତିକି ନୁହେଁ, ଛୁଟି ଦିନଗୁଡ଼ିକରେ କୌଣସି କର୍ମଚାରୀ ହଷ୍ଟେଲ୍‌ରେ ରହୁ ନାହାନ୍ତି। ପିଲାଙ୍କୁ ଏକୁଟିଆ ଛାଡ଼ି ସମସ୍ତେ ଘରକୁ ଚାଲି ଯାଉଛନ୍ତି। ରାତିରେ ଅଧରେ କିମ୍ୱା ଛୁଟି ଦିନଗୁଡ଼ିକରେ ପିଲାଙ୍କ ଦେହ ଖରାପ ହେଲେ କେହି ବୁଝିବାକୁ ରହୁନାହାନ୍ତି।

ଏହିସବୁ ସମସ୍ୟା ନେଇ ଛାତ୍ରମାନେ ଗକତାଲି ଜିଲ୍ଲାପାଳଙ୍କ ନିକଟକୁ ଗୁହାରି କରିବାକୁ ଯାଉଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଦେଖି ଅଟକାଇଥିଲେ ଓ ସବୁ ପଚାରି ବୁଝିବା ପରେ ଅଟୋ ସାହାଯ୍ୟରେ ସେମାନଙ୍କୁ ଜିଲ୍ଲାପାଳଙ୍କ ନିକଟକୁ ପଠାଇବାକୁ ବ୍ୟବସ୍ଥା କରିଥିଲେ।

ତେବେ କୌଣସି ସୂତ୍ରରୁ ସୂଚନା ପାଇ ଓର୍କେଲ୍‌ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚି ପିଲାମାନଙ୍କୁ ବୁଝାଇ ହଷ୍ଟେଲ୍‌କୁ ଫେରାଇ ନେଇଥିଲେ। ଏହାପରେ ବିଭାଗୀ ଅଧିକାରୀ ପିଲାମାନଙ୍କୁ ଖାଇବାକୁ ଦେଇଥିଲେ। ଏଥିସହ ହୋଷ୍ଟେଲରେ ବିଦ୍ୟୁତ୍‌ କାମ ଆରମ୍ଭ କରାଯାଇଥିଲା। ହଷ୍ଟେଲ୍‌ର ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି।



from Odisha Reporter https://ift.tt/2RxRJTf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages