
ରାଉରକେଲା (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ବାଲୁଘାଟ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ବାପାପୁଅଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶମ୍ବୁନାଥ ସେଠୀ ଓ ମୁନା ସେଠୀ।
ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଏ ବାପପୁଅ ଯଥାକ୍ରମେ ଗୋଟିଏ ଟ୍ରକର ଡ୍ରାଇଭର ଓ ହେଲ୍ପର ଥିଲେ।
ଗତକାଲି ରାତି ପ୍ରାୟ ୧୨ଟା ବେଳେ ୧୪୩ ନମ୍ବର ଜାତୀୟ ରାଜପଥର ବାଲୁଘାଟ ନିକଟରେ ଟ୍ରକ୍ ପାର୍କିଂ କରି ରାସ୍ତା ପାର ହେଉଥିବା ବେଳେ ଆଉ ଏକ ଟ୍ରକ୍ ସେମାନଙ୍କୁ ପିଟି ଦେଇଥିଲା। ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା।
ଏ ଘଟଣାକୁ ନେଇ ଘଟଣାସ୍ଥଳରେ ରାସ୍ତାରୋକ କରାଯାଇଛି।
from Odisha Reporter https://ift.tt/2ShLgfo
No comments:
Post a Comment