ପାକିସ୍ତାନରେ ଘନଘନ ଆତଙ୍କବାଦୀ ହମ୍‌ଲା, ୪୦ ମୃତ, ଶତାଧିକ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ପାକିସ୍ତାନରେ ଘନଘନ ଆତଙ୍କବାଦୀ ହମ୍‌ଲା, ୪୦ ମୃତ, ଶତାଧିକ ଆହତ

ଇସ୍‌ଲାମାବାଦ: ଆତଙ୍କବାଦୀଙ୍କ ଗଡ଼ ପାଲଟିଥିବା ପାକିସ୍ତାନରେ ଆଜି ପୁଣି ଅଶାନ୍ତ ହୋଇ ଉଠିଛି। ପାକ୍‌ ସରକାର ଯେଉଁ ଆତଙ୍କବାଦୀଙ୍କୁ ନିଜ ଛତ୍ରଛାୟା ତଳେ ରଖିଥିଲେ ଆଜି ସେମାନେ ରକ୍ତର ହୋଲି ଖେଳିଛନ୍ତି। ପ୍ରଥମେ ଚୀନ୍‌ ଦୂତାବାସ ଉପରେ ହମ୍‌ଲା କରିବା ପରେ ଆତଙ୍କବାଦୀମାନେ ଏକ ଜନଗହଳିପୂର୍ଣ୍ଣ ମାର୍କେଟରେ ବିସ୍ଫୋରଣ କରିଛନ୍ତି। ଏହି ଦୁଇଟି ଘଟଣାରେ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଓ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

ଆଜି ସକାଳେ ୩ ଜଣ ଆତ୍ମଘାତୀ ଆତଙ୍କବାଦୀ କରାଚୀ ସ୍ଥିତ ଚୀନ୍‌ ଦୂତାବାସରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ହେଲେ ସେମାନଙ୍କୁ ସୁରକ୍ଷାକର୍ମୀମାନେ ଚେକ୍‌ ପଏଣ୍ଟ ନିକଟରେ ଅଟକାଇବାରୁ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀମାନେ ହ୍ୟାଣ୍ଡଗ୍ରେନେଡ୍‌ ମଧ୍ୟ ମାଡ଼ କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେହିପରି ଆତଙ୍କବାଦୀଙ୍କ ଗୁଳିରେ ୨ ଜଣ ପୁଲିସ୍‌ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ନିହତ ଆତଙ୍କୀଙ୍କ ଠାରୁ ୯ଟି ହ୍ୟାଣ୍ଡ ଗ୍ରେନେଡ୍‌, କଲାଶନିକୋଭ ରାଇଫଲ, ବୁଲେଟ୍‌, ମ୍ୟାଗାଜିନ୍‌ ଓ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। ଏଥିସହ ଜୀବନ ରକ୍ଷାକାରୀ ଔଷଧ ଓ ଖାଦ୍ୟ ମଧ୍ୟ ଆତଙ୍କବାଦୀଙ୍କ ନିକଟରୁ ମିଳିଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ଚାରିଆଡ଼େ ସର୍ଚ୍ଚ ଅପରେସନ୍‌ ଚାଲିଥିବା ବେଳେ ଖାଇବର ପାଖଥୁନ୍‌ଖ୍ୱା ପ୍ରଦେଶର ଏକ ଜନଗହଳିପୂର୍ଣ୍ଣ ମାର୍କେଟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ୩୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅରୁଆକଜାଇ ଜିଲ୍ଲାର କଲାୟାଠାରେ ଥିବା ଜୁମା ବଜାର ନିକଟରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ସ୍ଥଳ ନିକଟରେ ଶିହା ସଂପ୍ରଦାୟର ଏକ ମସଜିଦ୍‌ ମଧ୍ୟ ରହିଥିଲା। ଆତଙ୍କବାଦୀମାନେ ଏଠାରେ ବିସ୍ଫୋରଣ କରିବା ପାଇଁ ପୂର୍ବରୁ ଏହି ବାରୁଦ ଖଞ୍ଜିଥିଲେ। ସମସ୍ତ ନିହତ ଓ ଆହତ ବ୍ୟକ୍ତିମାନେ ସଂଖ୍ୟାଲଘୁ ଶିହା ସଂପ୍ରଦାୟର ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2zokrix

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages