ଭୃଶଙ୍ଗ ପତ୍ରରେ ରହିଛି ଏହି ଔଷଧୀୟ ଗୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ଭୃଶଙ୍ଗ ପତ୍ରରେ ରହିଛି ଏହି ଔଷଧୀୟ ଗୁଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖାଦ୍ୟକୁ ସ୍ୱାଦିଷ୍ଟ ତଥା ଖାଇବାରେ ଏକ ଭିନ୍ନ ଧରଣର ବାସ୍ନା ଆଣିବାକୁ ଆମେ ଭୃଶଙ୍ଗ ପତ୍ରର ବ୍ୟବହାର କରୁ। ଏହା ନୀତିଦିନ ରୋଷେଇର ଏକ ଅଂଶ। ଯାହା ଖାଇବାର ମଜାକୁ ଦ୍ୱୀଗୁଣିତ କରିଥାଏ। କିନ୍ତୁ ଏହା କେବଳ ଖାଇବାକୁ ସ୍ୱାଦିଷ୍ଟ କରି ନ ଥାଏ ଶରୀରକୁ ବି ସୁସ୍ଥ ରଖିଥାଏ। ଏଥିରେ ଥିବା ପୋଷକତତ୍ତ୍ୱ  ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ମଧ୍ୟ । ଆୟୁବୈଦରେ ଭୃଶଙ୍ଗ ପତ୍ର ପେଟ ପାଇଁ ରାମବାଣ ସ୍ୱରୂପ ବୋଲି କୁହାଯାଇଛି। ତେବେ ଆଜି ଚାଲନ୍ତୁ ଜାଣିବା ଶରୀରକୁ ସୁସ୍ଥ ରଖିବାରେ ଏହା କିଭଳି କାମ କରିଥାଏ।

ପାଚନ କ୍ରିୟା: ଭୃଶଙ୍ଗ ପତ୍ରରେ କାର୍ମିନେଟିଭ୍‌ ଗୁଣ ଥାଏ। ଯାହା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ।  ଏଥିରୁ ପେଟ ସମସ୍ୟାକୁ ଖୁବ୍‌ ଆରାମ୍‌ ମିଳିଥାଏ। ଭୃଶଙ୍ଗ ପତ୍ର ଆଣ୍ଟି ବ୍ୟାକ୍‌ଟେରିୟଲ୍‌ ପରି କାମ କରିଥାଏ।  ଯାହାଦ୍ୱାରା ପେଟର ସମସ୍ତ ସମସ୍ୟା ଦୂର ହୋଇଥାଏ।

ତ୍ୱଚା ସଂକ୍ରମଣରୁ ରକ୍ଷା କରିଥାଏ: ଭୃସୁଙ୍ଗ ପତ୍ରରେ ଏଣ୍ଟି ଅକ୍ସିଡେଣ୍ଟ୍‌, ଏଣ୍ଟି ବ୍ୟାକ୍‌ଟିରିୟଲ୍‌ ଓ ଏଣ୍ଟି ଫଙ୍ଗଲ୍‌ ଗୁଣ ଥାଏ।  ଯାହା ତ୍ୱାଚାକୁ ଅନେକ ଇନ୍‌ଫେକ୍‌ସନ୍‌ରୁ ବଞ୍ଚାଇଥାଏ।

ଦୃଷ୍ଟି ଶକ୍ତି ପ୍ରଖର କରେ:
ଏଥିରେ ଭିଟାମିନ୍‌ ଆଖି ପାଇଁ ଖୁବ୍‌ ଜରୁରୀ । ତେଣୁ ଖାଲି ପେଟରେ ଭୃଶଙ୍ଗ ପତ୍ର ସେବନ କରିବା ଆଖି ପାଇଁ ଭଲ।

ଡାଇରିଆ ସଂକ୍ରମଣରୁ ରକ୍ଷା କରେ: ଭୃଶଙ୍ଗ ପତ୍ରରେ ଥିବା କାର୍ଗୋଜୋଲ୍‌ ଓ ଆଣ୍ଟିବ୍ୟାକ୍‌ଟିରିୟଲ ପତଳା ଝାଡ଼ା ତଥା ପେଟ ସହ ସମ୍ବନ୍ଧିତ ସମସ୍ୟା ଦୂର କରିଥାଏ। ଏହି ପତ୍ରକୁ ବାଟି ଦହି ପାଣିରେ ମିଶାଇ ଦିନକୁ ଦୁଇ ତିନିଥର ପିଅନ୍ତୁ। ଉପସମ ପାଇବେ।

କେଶର ବୃଦ୍ଧି : ଏହି ପତ୍ରରେ ଥିବା ପୋଷକ ତତ୍ତ୍ୱ  କେଶକୁ ଜଲ୍‌ଦି ପାଚିବାରୁ ଦେଇ ନ ଥାଏ। ଏହା କେଶ ଝଡ଼ିବା ବନ୍ଦ କରିବା ସହ ରୁପି ସମସ୍ୟାକୁ ମଧ୍ୟ ନିର୍ମୂଳ କରିଥାଏ।

ଓଜନ କମ୍‌ କରିଥାଏ:  ଖାଲି ପେଟରେ ଭୃସୁଙ୍ଗପତ୍ର ଖାଇବ ଦ୍ୱାରା ଓଜନ କମ୍ ହୋଇଥାଏ। ତେଣୁ ପାଣିରେ ୧୦ରୁ ୨୦ଟି ପତ୍ର ପକାଇ ସିଝାଇ ସେଥିରେ ଲେମ୍ବୁ ଓ ମହୁ ମିଶାଇ ପ୍ରତିଦିନ ଖାଲି ପେଟରେ ପିଅନ୍ତୁ।

 



from Odisha Reporter https://ift.tt/2QAZUOs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages